ସୁନ୍ଦରଗଡ଼: ଲୁଟ୍ ପାଇଁ ନୂଆ ନୀତି, ଦୁର୍ବୃତ୍ତ ଅଧରାତିରେ ରାସ୍ତା ମଝିରେ ଗଛ ପକାଇ ଲୁଟିନେଲେ ବୋଲେରୋ ୮୦ ହଜାର ଟଙ୍କା । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ତାମଡ଼ା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି । ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା ଡିପିସିର କିଛି କର୍ମଚାରୀ ବଣାଇ ଏକ ସ୍କୁଲର ଯେଣ୍ଡର କାମ ସାରି ରାଉରକେଲା ଫେରିବା ବାଟରେ ଲୁଟ୍ର ଶିକାର ହୋଇଛନ୍ତି । ରାତିପ୍ରାୟ ୧୧ଟା ବେଳେ ତାମଡ଼ା ନିକଟରେ କିଛି ଦୁର୍ବୃତ୍ତ ଗଛ ପକାଇ କର୍ମଚାରୀଙ୍କ ଠାରୁ ଲୁଟି ନେଇଥିଲେ । ଏହା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ସାରା ଅଂଚଳରେ ତନାଘନା କରୁଛି ।