[ad_1]
ଭଦ୍ରକ: ଆରଡିପୀଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କେତେକ ରୋଗୀ ଧାଡି ଦେଇ ଠିଆ ହୋଇଥିଲେ । ଏବଂ ଆଉ କେତେକ ରୋଗୀ ବସି ରହିଥିବାବେଳେ ହଠାତ୍ ଛାତରୁ ବଡ ପ୍ଲାଷ୍ଟର ଖଣ୍ଡ ଖସିବା ଫଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ନିକଟରେ ଥିବା ୧୦ ରୋଗୀ । ଏପରିକି ଅନ୍ୟ ରୋଗୀ ଓ ସଂପର୍କୀୟ ଦୌଡି ବାହାରକୁ ପଳାଇ ଆସିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର ଅନେକ ସ୍ଥାନରେ ଫାଟ ଦେଖା ଦେବା ସହ ଛାତ ସଂପୂର୍ଣ୍ଣ ଅସୁରକ୍ଷିତ ରହିଥିବା କହିଛନ୍ତି ସ୍ଥାନୀୟ ଲୋକ । ଏପରିକି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବର୍ତ୍ତମାନ ଆରଡି ସମେତ ଆଖପାଖ ଅଂଚଳରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ପ୍ରତିଦିନ ବହୁ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ହେଲେ ରୋଗୀ ଭିଡ ଜମାଇଥିବା ବେଳେ ହଠାତ୍ ଛାତରୁ ବଡ ପ୍ଲାଷ୍ଟର ଖଣ୍ଡ ଖସିଥିଲା । ଫଳରେ ସେ ସ୍ଥାନରୁ ତଳେ ଥିବା ୧୦ ଜଣ ଦୌଡି ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ।
[ad_2]
Source link
Comment