ପୁଣି ଆଠଗଡରେ ହାତୀ ମୃତ୍ୟୁ, ମୃତ୍ୟୁର କାର ଅସ୍ପଷ୍ଟ !

Odisha Hot News
1 Min Read


ଆଠଗଡ: ପୁଣି ହାତୀ ମତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଆଠଗଡ ରାଜନଗର ରେଞ୍ଜ ଅନ୍ତର୍ଗତ ସବରତଇଲା ନିକଟରେ । ତେବେ ସକାଳୁ ସକାଳୁ ୭ ବର୍ଷର ହାତୀ ଜଙ୍ଗଲରେ ମରି ପଡିଥିବା ଦେଖିବାକୁ ମିଳିଥିଲ । ସେପଟେ ଏହି ଘଟଣାର ଖବରପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର କେମିତି ମୃତ୍ୟୁ ହୋଇଛି ସେନେଇ ତଦନ୍ତଜାରି ରଖିଛି । ତେବେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମୃତଦେହ ନିକଟରେ ପ୍ରବଳ ରକ୍ତ ପଡ଼ିଥିବା ବେଳେ ନିକଟରେ ଏକ କାଠ ମୁଣ୍ଡିଆ ପଡ଼ିଛି। ଯାହାକୁ ନେଇ ହାତୀଟିକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଅପରପକ୍ଷେ ହାତୀଟି କୌଣସି କାରଣରୁ ରୋଗାକ୍ରାନ୍ତ ହୋଇ ରକ୍ତବାନ୍ତି କରି ମୃତ୍ୟୁବରଣ କରିଥିବା ବନବିଭାଗ ସନ୍ଦେହ କରୁଛି। ଏହାକୁ ନେଇ ପରିବେଶ ପ୍ରେମୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି।

ସେପଟେ ସମ୍ବଲପୁର ଯୁଯୁମୁରା ଅଂଚଳରେ ଏକ ବଡ ହାତୀ ଅସୁସ୍ଥ ହୋଇପଡିଥିବା ଦେଖିବାକୁ ମିଳିଛି । ହାତୀଟିର ପଛ ଗୋଡରେ ଆଘାତ ଲାଗିବା ଯୋଗୁ ସେ ଚାଲିପାରୁନାହିଁ । ଯାହା ଫଳରେ ରାସ୍ତା ପାର ହେବାକୁ ଦୀର୍ଘ ସମୟ ନେଉଛି । ବନବିଭାଗ କର୍ମଚାରୀ ପହଁଚି ହାତୀର ଗତିବିଧି ଉପରେ ନଜର ରଖିଥିବା କହିଛନ୍ତି ।

Share This Article
Leave a Comment