କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି – Fast News Network

Odisha Hot News
2 Min Read

ଭୁବନେଶ୍ବର/ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ତା’ର ଷ୍ଟାର ପ୍ରଚାରକ ତାଲିକା ଗୁରୁବାର ଜାରି କରିଛି। ଏଥିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ. ସିଂହଦେଓ, କହ୍ନେୟା କୁମାର, ଜିଗ୍ନେଶ ମେୱାନୀ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ. ଚେଲ୍ଲାକୁମାର, ଜି. ରୁଦ୍ର ରାଜୁ, ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଡ. ସି.ଏସ୍‌. ରାଜନ ଏକ୍କା, ସୁରେଶ ରାଉତରାୟ, ଶରତ ପଟ୍ଟନାୟକ, ଯଜ୍ଞେଶ୍ବର ବାବୁ, ଜୟଦେବ ଜେନା, ଭକ୍ତ ଚରଣ ଦାସ, ଉମେଶ ପଟେଲ, ସପ୍ତଗିରି ଉଲାକା, ମହମ୍ମଦ ମୋକିମ, ପ୍ରକାଶ ନାଏକ, ଜଗନ୍ନାଥ ପଟ୍ଟନାୟକ, ଅମରଜିତ ଭଗତ, ରାଜକିଶୋର ଷଡ଼ଙ୍ଗୀ, କ୍ବାସି ଲକ୍ଷ୍ମା, ମୋହନ ମାର୍କନ, ଚିରଞ୍ଜୀବୀ ବିଶ୍ବାଳ, ଶରତ ରାଉତ, ଡ. ରାଗିଣୀ ନାଏକ, ଗଣେଶ୍ବର ବେହେରା, ପଞ୍ଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡ଼ା, ଡ. ହମିଦ ଅନସାରି, ଡ. ସ୍ମୃତି ରଂଜନ ଲେଙ୍କା, ସୟଦ ୱାସିର ନୱାଜ, ଡ. ଅଜୟ ଜ୍ଞାନେନ୍ଦ୍ର, ଡ. ରାମଚନ୍ଦ୍ର ଖୁଣ୍ଟିଆ, ଡ. ଦେବାଶିଷ ପଟ୍ଟନାୟକଙ୍କ ନାମ ଥିବା ଜଣାଯାଇଛି।
ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜ୍ୟର ୩ଟି ପ୍ରମୁଖ ଦଳ ନାମାଙ୍କନ ପତ୍ର ଦାଖଲ କରସାରିଛନ୍ତି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ନିଜନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୩ ଦଳର ପ୍ରମୁଖ ଦଳର ପ୍ରାର୍ଥୀମାନେ ବିରାଟ ପଟୁଆରରେ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଦୟାମୟ ପାଢ଼ୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିବସରେ ୩ ପ୍ରାର୍ଥୀ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଓ ଦଳର ଅନେକ ଟାଣୁଆ ନେତାଙ୍କ ଉପସ୍ଥିତି ଗୋଟିଏ ଭିନ୍ନ ବାର୍ତ୍ତା ଦେଇଛି।

Share This Article