ଭଦ୍ରକ: ମୟୁରଭଞ୍ଜ ବାରିପଦାରେ ନୂତନ ଶ୍ରୀରାମ ମନ୍ଦିର ଉଦ୍ଘାଟନ କରିବାକୁ ଯାଉଥିବା ସମୟରେ ଭୁବନେଶ୍ୱରର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ସଡ଼ଙ୍ଗୀଙ୍କୁ ଭଦ୍ରକରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଦିବା ୧୦ ଘଟିକା ସମୟରେ ଭଦ୍ରକ ବନ୍ତଛକରେ ଜାତୀୟ ରାଜପଥ ପାର୍ଶସ୍ଥ ଆଞ୍ଚଳିକ ରାସ୍ତାରେ ବିଜେପି କର୍ମୀ ଓ କିଛି ସାଧାରଣ ଲୋକେ ସାଂସଦ ଶ୍ରୀମତୀ ସଡ଼ଙ୍ଗୀଙ୍କୁ ଗାଡ଼ି ଅଟକାଇ ସ୍ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ଭାବ ବିହୋଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶ୍ରୀମତୀ ସଡ଼ଙ୍ଗୀ ଆନନ୍ଦିତ ହୋଇ କିଛି ସମୟ କଥାବାର୍ତ୍ତା କରିଥିଲେ । ଏହି ସ୍ୱାଗତ କାର୍ଯ୍ୟକ୍ରମ ଯୁବ ନେତା ରଶ୍ମିରଞ୍ଜନ ବେହେରାଙ୍କ ନେତୃତ୍ୱରେ ହୋଇଥିବା ବେଳେ ପୂର୍ବତନ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂ, ବନ୍ତ ବ୍ଲକ ଯୁବ ନେତା ବସନ୍ତ କୁମାର ବିଶ୍ୱାଳ, ଅବସର ପ୍ରାପ୍ତ ସୈନିକ ବାପି ସ୍ୱାଇଁ, ନାରୀ ନେତ୍ରୀ ରାଜଲକ୍ଷ୍ମୀ ଦାସ, ଦମୟନ୍ତି ଜେନା, ସତ୍ୟଭାମା ଘଡ଼େଇ, ସଞ୍ଜୟ ଦାସ, ଅଜୟ ସାହୁ, ନବ ବେହେରା, ଭଗବାନ ନାୟକ, ବଟକୃଷ୍ଣ ଜେନା, ସଞ୍ଜୟ ବେହେରା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ସମ୍ବର୍ଦ୍ଧନା ଜଣାଇଥିଲେ ।
ମୟୁରଭଞ୍ଜ ଗସ୍ତ ବେଳେ ଭଦ୍ରକରେ ସାଂସଦ ଅପରାଜିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

You Might Also Like
- Advertisement -
Comment