ଭଦ୍ରକ: ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଚତା ଆଣିବା ପାଇଁ ଚେଷ୍ଟିତ ହେଉଥିବାବେଳେ ଯଦି ଖୋଦ ଅଧିକାରୀମାନେ ଏହା ଉପରେ ପ୍ରତିବନ୍ଧକ ଲଗାଇବେ ତେବେ ସରକାରଙ୍କ ଯୋଜନାର ସଫଳ ରୂପାୟନ କିପରି ହେବ ଏହାକୁ ନେଇ ଶିକ୍ଷାବିତ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ । ସୂଚନା ଅନୁଯାୟୀ; ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ ବନ୍ତ ବ୍ଲକ ଦାଇତ୍ୱ ଗ୍ରହଣ କରିବା ଦିନଠାରୁ ନିଜ କାର୍ଯ୍ୟକୁ ନେଇ ସବୁବେଳେ ସମାଲୋଚିତ ହେଉଥିବାର ଦୃଷ୍ଟାନ୍ତ ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ସୂଚନାରୁ ଜଣାପଡ଼ିଛି । ସେହିପରି ସଦ୍ୟ ସୂଚନା ଅନୁଯାୟୀ ବନ୍ତ ବ୍ଲକ ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ଟୁନାବାଳା ଦାସ ଜିଲ୍ଲାପାଳଙ୍କ ଠାରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ ଆଣିଥିବା ଅଭିଯୋଗକୁ ମାସେ ପୁରି ଯାଇଥିଲେ ସୁଦ୍ଧା ଜିଲ୍ଲାପାଳ ତାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ସେ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତୀ ଦେବାର ଧମକ ଦେଇଥିବା ଜଣାପଡ଼ିଛି । ଶ୍ରୀମତୀ ଦାସଙ୍କ ଅଭିଯୋଗ ଅନୁଯାୟୀ ସେ ଗତ ମାସ ୨୨ ତାରିଖରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ତରାଇଙ୍କ ମିଥ୍ୟା ଅଭିଯୋଗର ସଂପୂର୍ଣ୍ଣ ତଥ୍ୟ ଲିଖିତ ଆକାରରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ଏବଂ ପରବର୍ତ୍ତୀ ମୂହୂର୍ତ୍ତରେ ଜିଲ୍ଳାପାଳଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଳା ଶିକ୍ଷାଧିକାରୀ ଏକ କମିଟି ଗଠନ କରି ଶ୍ରୀ ତରାଇଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗର ସମସ୍ତ ତଥ୍ୟ ଗ୍ରହଣ କଲାପରେ ମଧ୍ୟ ଜିଲ୍ଲାପାଳଙ୍କୁ ସବିଶେଷ ତଥ୍ୟ ଆଜି ପର୍ଯ୍ୟନ୍ତ ପ୍ରଦାନ କରି ନାହାନ୍ତି । ଯାହାକୁ ନେଇ ନ୍ୟାୟ ଅପେକ୍ଷାରେ ଥିବା ସମ୍ବଳ ଶିକ୍ଷୟତ୍ରୀ ଖୁବ ବ୍ୟଥିତ ହେବା ସହ ଯଦି ସେ ଶୀଘ୍ର ନ୍ୟାୟ ନପାଆନ୍ତି ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୂତୀ ଦେବେ ବୋଲି ଲିଖିତ ଅଭିଯୋଗ କରିଛନ୍ତି । ଏଠାରେ ପ୍ରକାଶ ଥାଉକି ଗୋଷ୍ଠି ସମ୍ବଳ ଶିକ୍ଷୟତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଖର୍ଚ୍ଚ ବିଲ୍ ଅନୁମୋଦନ ନିମନ୍ତେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ ଆବେଦନ କରିଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ତରାଇ ବିଲ ଅନୁମୋଦନ କରିବା ପରିବର୍ତ୍ତେ ତାଙ୍କୁ ବିଭିନ୍ନ ର୍ଦୁବ୍ୟବହାର କରିବା ନେଇ ସେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।
Share on: WhatsApp
ଅଭିଯୋଗକୁ ମାସେ ପୁରିଲା ତଥାପି କାର୍ଯ୍ୟାନୁଷ୍ଠାନ ହେଉନିି

Comment