ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ସ୍କୁଲ୍ ଅଫ୍ କମ୍ୟୁନିକେସନ୍, ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ, ଫାଚସାଲା ମିଡ଼ିଆ ଲିଟେରେସି ନେଟୱର୍କର ସହଯୋଗରେ ‘XVERSE- Explore, Engage and Enrich’ ନାମରେ ଏକ ଭର୍ଚୁଆଲ୍ କର୍ମଶାଳା ଗତ ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ବିଭିନ୍ନ କର୍ପୋରେଟ୍ କର୍ମଚାରୀ, ସାମ୍ବାଦିକ, ଗଣମାଧ୍ୟମ ଶିକ୍ଷାବିତ୍ ଏବଂ ମିଡିଆ ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ଏବଂ ଭବିଷ୍ୟତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକ ଉପରେ ପରୀକ୍ଷଣ, ଅନୁଭୂତି, ପ୍ରତିଫଳିନ ଏବଂ ନିର୍ଭୟରେ କାର୍ଯ୍ୟ କରିବାର ଏକ ଅସାଧାରଣ ସୁଯୋଗ ପ୍ରଦାନ କରିଛି।
ସ୍କୁଲ୍ ଅଫ୍ କମ୍ୟୁନିକେସନ୍ର ଡିନ, ଡ଼ା ଭି ବିଜୟ କୁମାର ମନ୍ତବ୍ୟ ଦେଇଥିଲେ କି ବିଭିନ୍ନ କର୍ପୋରେଟ୍ କର୍ମଚାରୀ ଏବଂ ସାମ୍ବାଦିକମାନଙ୍କ ନିମନ୍ତେ ଏହି ଭଳି ଅନ୍ତର୍ନିହିତ ଅଧିବେଶନ ଆୟୋଜନ କରିବା ଅତ୍ୟନ୍ତ ସମୃଦ୍ଧ ଥିଲା।ବିଭିନ୍ନ କର୍ପୋରେଟ୍, ଏକାଡେମିକ୍ ଅନୁଷ୍ଠାନ ଏବଂ ମିଡିଆ ହାଉସ ଗୁଡ଼ିକର ସମସ୍ତ ଅଂଶ ଗ୍ରହଣ କାରୀଙ୍କୁ ସେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି କର୍ମଶାଳା ସମ୍ପୂର୍ଣ୍ଣ ଭାବରେ ବିଦ୍ୟାଳୟର ଅନ୍ତିମ ବର୍ଷର ୟୁଜି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଏକ ଲାଇଭ୍ ପ୍ରୋଜେକ୍ଟ ଥିଲା ଯାହା ସେମାନଙ୍କ ପାଠ୍ୟକ୍ରମର ଏକ ଅଂଶ ଥିଲା। ସ୍କୁଲ୍ ଅଫ୍ କମ୍ୟୁନିକେସନ୍ କେବଳ ଏକାଡେମିକ୍ ଅଭିବୃଦ୍ଧି ଉପରେ ଧ୍ୟାନ ଦେଇ ନ ଥାଏ, ବରଂ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ମନୋନୀତ କ୍ଷେତ୍ରରେ ବୃତ୍ତିଗତ ଭାବରେ ଅଭିବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
ଏହି ଗୋଟିଏ ଦିନିଆ କର୍ମଶାଳାରେ ଦୁଇଟି ଭିନ୍ନ ଭିନ୍ନ ଅଧିବେଶନ ରହିଥିଲା ଏବଂ ଦୁଇଟି ଯାକ ଅଧିବେଶନ ସମସ୍ତଙ୍କ ନିମନ୍ତେ ଅତ୍ୟନ୍ତ ଅନ୍ତର୍ନିହିତ ଏବଂ ସମୃଦ୍ଧ ଥିଲା। ଶ୍ରୀମତୀ ମିନୋଲଅଜେକର, ହେଡ ଏବଂ ଏଭିପି – କର୍ପୋରେଟ କମ୍ୟୁନିକେସନ ପୁରଭଙ୍କର ପ୍ରଥମ ଅଧିବେଶନରେ ନିଯୁକ୍ତିଦାତା ବ୍ରାଣ୍ଡିଂ ଏବଂ ଆଭ୍ୟନ୍ତରୀଣ ଯୋଗାଯୋଗ ଉପରେ ଅଧିକ ଧ୍ୟାନ ଦେଇଥିଲେ ଯାହା କର୍ପୋରେଟ୍ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଦ୍ଵିତୀୟ ଅଧିବେଶନରେ ମନିପାଲ୍ ଇନ୍ଷ୍ଟିଚ୍ୟୁଟ୍ଅଫ୍ କମ୍ୟୁନିକେସନ୍, ମଣିପାଲ୍ୟୁନିଭରସିଟି ଏବଂ ଫ୍ୟାକ୍ଟସାଲା ପ୍ରଶିକ୍ଷକ ଗୀତିକା ଭାଶିଶାଟା, ସୂଚନା ଇକୋସିଷ୍ଟମ୍, ତଥ୍ୟବନାମମତ, ସମାଲୋଚନାକାରୀ ଚିନ୍ତାଧାରା, ପକ୍ଷପାତ ଚିହ୍ନଟ କରିବା ତଥା ଫଟୋ ଏବଂ ଭିଡିଓ ଯାଞ୍ଚ ପାଇଁ ଏକ ବ୍ୟବହାରିକ ଉପାୟ ଅବଲମ୍ବନ କରିବା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ। ଏହିକର୍ମଶାଳା ବିଭିନ୍ନ ଯୁବ ସାମ୍ବାଦିକ, ଗଣମାଧ୍ୟମ ଶିକ୍ଷାବିତ୍, କର୍ପୋରେଟ୍ କର୍ମଚାରୀ ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ନୂତନ ଚିନ୍ତାଧାରାର ଶିକ୍ଷଣ ଏବଂ ଅନୁସନ୍ଧାନ, ତଥ୍ୟ ଯାଞ୍ଚ ଏବଂ କର୍ମଚାରୀଙ୍କ ବ୍ରାଣ୍ଡିଂ ତଥା ଆଭ୍ୟନ୍ତରୀଣ ଯୋଗାଯୋଗ ବିଷୟରେ ଜ୍ଞାନ ପ୍ରଦାନ କରିଥିଲା।
ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ କର୍ମଶାଳା ଆୟୋଜିତ

Comment