ପୁଣି ଭିଜିଲାନ୍ସ ଜାଲରେ ଫଶିଗଲେ ଆଇଆଇସି !

Odisha Hot News
1 Min Read


ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଇଆଇସି । ଆଇଆଇସି ହେଲେ ଅମିତ ବିଶ୍ୱାଳ । ତେବେ ଆଜି ସକାଳେ ଅମିତ ଭଣ୍ଡାରୀପୋଖରୀରୁ ଟଙ୍କା ନେଇ ଘରକୁ ଯାଉଥିବାବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ସେରଗଡ ଟୋଲ ନିକଟରେ ଅଚନାକ ଚଢାଉ କରାଯାଇଥଲା । ତେବେ ଚଢାଉ ପରେ ତାଙ୍କ କାର୍ ରୁ ୭୩ ହଜାର ୫୦୦ ଟଙ୍କା ଜବତ କରାଯାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ତାହାସହିତ ମଧ୍ୟ ଆଇଆଇସିଙ୍କ ନିଜଘର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଏବଂ ବାରିପଦା ବାସଗୃହରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି ।

Share This Article
Leave a Comment