ଭୁବନେଶ୍ୱର : ମହିଳାଙ୍କ ମୃତ୍ୟୁ କ୍ଷତିପୁରଣ ଦାବିରେ ରାସ୍ତା ରୋକ । ଭୁବନେଶ୍ୱର ଜୟଦେବ ବିହାର ଛକ ନିକଟସ୍ଥ ଇଏସଆଇ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ ମହିଳା ଅହଲ୍ୟାଙ୍କ ସ୍ୱାମୀ ସିକ୍ୟୁରିଟି କର୍ମଚାରୀ ଭାବେ କାମ କରନ୍ତି । ଏବଂ ସେମାନେ ସାଲିଆ ସାହିରେ ରୁହନ୍ତି । ଅହଲ୍ୟାଙ୍କ ଦେହ ଖରାପ ହେବାରୁ ତାଙ୍କ ତାଙ୍କ ସ୍ୱାମୀ ନିକଟସ୍ଥ ଇଏସଆଇ ହସ୍ପିଟାଲେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଅହଲ୍ୟାଙ୍କ ମହିଳାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେବାରୁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ଜରୁରୀ ହୋଇପଡ଼ିଥିଲା । କିନ୍ତୁ ଇଏସଆଇ ହସ୍ପିଟାଲର କମ୍ପ୍ୟୁଟରରେ ତ୍ରୁଟି ଯୋଗୁଁ ମହିଳାଙ୍କୁ ସ୍ଥାନାନ୍ତର କରାଯାଇ ପାରିନଥିଲା। ଫଳରେ ମହିଳାଙ୍କୁ ଅନ୍ୟତ୍ର ନ ପଠାଇ ହସ୍ପିଟାଲର କର୍ତ୍ତୃପକ୍ଷ ନିଜ ନିଜ ରାସ୍ତାରେ ଗତକାଲି ସନ୍ଧ୍ୟାରେ ଚାଲିଯାଇଥିଲେ। ଫଳରେ ଆଜି ଭୋରରୁ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହା ଜଣାପଡ଼ିବା ପରେ ସାଲିଆସାହିରୁ ମୃତ ମହିଳାଙ୍କ ପଡୋଶୀ ଓ ସମ୍ପର୍କୀୟମାନେ ଆସି ରାସ୍ତାରେ ଶବ ରଖି ମେ ଫେୟାର ହୋଟେଲ ଛକରୁ ଜୟଦେବ ବିହାର ଛକ ରାସ୍ତାକୁ ଅବରୋଧ କରି ରଖିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରୁଛି।
ମାରିଦେଲେ ହସ୍ପିଟାଲ କର୍ତ୍ତୁପକ୍ଷ !
2 Comments
2 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.