ତାରା – Fast News Network

Odisha Hot News
1 Min Read

ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ଏଭଳି ପ୍ରତିକ୍ରିୟା ରଖିଛନ୍ତି। ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ କାହାକୁ କରିବାକୁ ଆମେ ଦାବି କରୁଛୁ। ଯଦି ବିଧାୟକମାନଙ୍କ ଭିତରୁ କାହାକୁ ପିସିସି ସଭାପତି କରା ନ ଯାଏ ତେବେ ଆମେ ଅସନ୍ତୋଷ ପ୍ରକାଶ କରିବୁ ବୋଲି ତାରା କହିଛନ୍ତି।
ତାରା ବାହିନୀପତି କହିଛନ୍ତି, ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ। ଦଳ ଦମ୍‌ ଦେଖାଇ ପାରିବ। ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ, ମୁଁ ତାକୁ ଗ୍ରହଣ କରିବି ନାହିଁ। ବିଧାୟକଙ୍କ ସହ ଆଲୋଚନା କରି କ’ଣ କରାଯିବ ସେ ନିଷ୍ପତ୍ତି ନେବୁ। ପ୍ରଶାନ୍ତ କିଶୋରଙ୍କ ପରାମର୍ଶ ଯେ, ଓଡିଶା, ୟୁପି ଓ ବିହାରରେ କଂଗ୍ରେସ ଏକାକୀ ଲଢୁ। ଏହା ଉଚିତ୍‌ ପରାମର୍ଶ। ଏପରି ହେଲେ କଂଗ୍ରେସ ସଫଳ ହେବ ବୋଲି ତାରା କହିଛନ୍ତି।
ତାରାଙ୍କ ସହ ସ୍ୱର ମିଶାଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ ବୋଲି ଅଧିରାଜ କହିଛନ୍ତି। ଯଦି ବିଧାୟକଙ୍କ ସ୍ଥାନରେ ହାଇକମାଣ୍ଡ ସଭାପତି କରନ୍ତି, ତେବେ ବି ଆମେ ତାଙ୍କୁ ସମର୍ଥନ କରିବୁ ବୋଲି ଅଧିରାଜ କହିଛନ୍ତି। ଅନ୍ୟପକ୍ଷେ, ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଦଳର ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ, ଆମେ ତାକୁ ଗ୍ରହଣ କରିବୁ। ସେ ଯିଏ ହୁଅନ୍ତୁ ନା କାହିଁକି ପୂର୍ବତନ ସଭାପତି କି ବିଧାୟକ ହୁଅନ୍ତୁ। କେବଳ ପିସିସି ନୁହେଁ। କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି

Share This Article