ବହୁଜନ ସମାଜପାର୍ଟି ଭଦ୍ରକ ଲୋକସଭା ଦ୍ୱାରା ଡ. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳିତ

Odisha Hot News
3 Min Read

ଭଦ୍ରକ: ବହୁଜନ ସମାଜ ପାର୍ଟି ଭଦ୍ରକ ଲୋକସଭା ଆନୁକୂଲ୍ୟରେ ଜିଲ୍ଲା ସଭାପତି ଇଂ ଅନୁରାଗ ମଲ୍ଲିକଙ୍କ ସଭାପତିତ୍ୱରେ ଆଧୁନିକ ଭାରତୀୟ ସମ୍ବିଧାନର ଜନକ ଡ. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଭଦ୍ରକ ଲୋକସଭା ପ୍ରଭାରୀ ଓ ବାମସେଫ୍ ତତ୍ତ୍ୱାଧାରକ ମୁଖ୍ୟବକ୍ତା, ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସଂଯୋଜକ ପଞ୍ଚାନନ ଯେନା ଅତିଥି ଓ ସମସ୍ତ ୭ଟି ଯାକ ବିଧାନସଭା ଭଦ୍ରକ, ଭଣ୍ଡାରିପୋଖରୀ, ସିମୁଳିଆ, ସୋର, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲିରୁ ଆସିଥିବା ମୁଖ୍ୟ କର୍ମୀମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେସଙ୍ଗେ ଆଗ୍ରହର ସହିତ ଡ. ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସଂଯୋଜକ ସମ୍ପାଦକ ଧୀମାନ ନିର୍ମଳ ଯେନା ସଭାକାର୍ଯ୍ୟରେ ସଭାପତି ଇଂ ଅନୁରାଗ ମଲ୍ଲିକଙ୍କ ସହଯୋଗ କରିଥିଲେ ।
ଜିଲ୍ଲା ଉପସଭାପତି ସେକ୍ ରିଆଜୁଦ୍ଦିନ ଖାନ ଭଦ୍ରକରେ ମୁସଲମାନ ଓ ହିନ୍ଦୁମାନଙ୍କୁ ନେଇ ଯଥାଶୀଘ୍ର ଏକ ଭାଇଚାରା କମିଟି ଗଠନ କରିବା ସଙ୍ଗେସଙ୍ଗେ ଭଦ୍ରକ ମ୍ୟୁନିସିପାଲିଟିର ସ୍ୱାଧୀନ ଚେୟାରମ୍ୟାନ ପ୍ରାର୍ଥିନୀଙ୍କୁ ବହୁଜନ ସମାଜ ପାର୍ଟି ତରଫରୁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟଅତିଥି ଆଇନଜୀବୀ ଓ ମୁଖ୍ୟବକ୍ତା ଉକ୍ତ ପ୍ରସ୍ତାବକୁ ସ୍ୱାଗତ କରିବା ସଙ୍ଗେସଙ୍ଗେ ମୁସ୍‌ଲିମ୍ ଲିଗ୍‌ର ସହଯୋଗରେ ଡ. ଆମ୍ବେଦକର ନିର୍ବାଚିତ ହୋଇ ସମ୍ବିଧାନ କମିଟିର ଚେୟାରମ୍ୟାନ ହେବା ସଙ୍ଗେସଙ୍ଗେ ଭାରତୀୟ ସମ୍ବିଧାନ ଲେଖିବାର ସୁଯୋଗ ପାଇଥିଳେ ବୋଲି ଉପସ୍ଥିତ ସମସ୍ତ ସଚେତନ କର୍ମୀମାନଙ୍କୁ ସୂଚନା ଦେଇଥିଲେ । ଆଜିର ଡ. ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବରେ ଜିଲ୍ଲାର ଅନ୍ୟତମ ଜିଲ୍ଲା ଉପସଭାପତି ସୁବାସ ଚନ୍ଦ୍ର ଯେନାଙ୍କ ସହିତ ଉପସ୍ଥିତ ସମସ୍ତ ବିଧାନସଭାର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ । ମୁଖ୍ୟବକ୍ତା ଧୀମାନ ମାଧବାନନ୍ଦ ମଲ୍ଳିକ ଓ ପୂର୍ବତନ ଜିଲ୍ଲା ସଭାପତି ଇଂ ଶୁଭେନ୍ଦୁ ମଲ୍ଲିକ ଭାରତର ଚାମଚା ଯୁଗ ଓ ସଂରକ୍ଷଣ କ’ଣ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଆଇନଜୀବୀ ଓ ସାଧାରଣ ସମ୍ପାଦକ ଅର୍ଜୁନ ଚରଣ ମଲ୍ଳିକ ଡ. ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ମହୋତ୍ସବ ପାଳନ କରିବାର ଆବଶ୍ୟକତା କ’ଣ ଓ କେବଳ ଡ. ଆମ୍ବେଦକରଙ୍କ ପ୍ରଶଂସାଗାନ କରିବା ଉଚିତ ନା ଡ. ଆମ୍ବେଦକରଙ୍କ ନିର୍ଦ୍ଦେଶକୁ କାର୍ଯ୍ରକାରୀ କରିବା ନିମିତ୍ତ ଆଜି ତାଙ୍କ ଜନ୍ମଦିନରେ ପ୍ରତିଜ୍ଞା କରିବା ଦରକାର ।
ଶ୍ରୀ ମଲ୍ଲିକ ନିକଟରେ ହୋଇଯାଇଥିବା ତ୍ରିସ୍ତରୀୟ ଓ ମୁନିସିପାଲିଟି ଏବଂ ଏନ୍‌.ଏ.ସି. ନିର୍ବାଚନ ୨୦୨୨ରେ କିପରି ଧନବଳ ଓ ବାହୁବଳ ପ୍ରୟୋଗ କରି ପ୍ରତି ବୁଥ୍‌ରେ ଦଙ୍ଗା ଓ ଭୟଭୀତ ମାଡଗୋଳ କରାଯାଉଥିଲା । ତାର ଉଦାହରଣମାନ ଆଲୋଚନା କରିବା ସହ ବ.ସ.ପା.ର ଜିଲ୍ଲାପରିଷଦ ଜୋନ୍‌- ନଂ ୨୩ ଓ ୧୯ର ଉଦାହରଣ ଦେଇଥିଲେ । ଅତଏବ ସମସ୍ତ କର୍ମୀମାନେ ଯେ ଯାହା ସ୍ଥାନରେ ଜନବଳ ଓ ମନବଳ ପ୍ରୟୋଗ କରି ଶାନ୍ତି ଶୃଙ୍ଖଳାରେ ୱାର୍ଡଠାରୁ ଲୋକସଭା ଯାଏ ନିର୍ବାଚିତ ହୋଇ ଶାସନ ଗାଦି ଦଖଲ କରି ଡ. ଆମ୍ବେଦକରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେ – ଏହା ହିଁ ହେବ ଡ. ଆମ୍ବେଦକରଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ । ବାସୁଦେବପୁର ବିଧାନସଭା ୨୦ନମ୍ବର ଜିଲ୍ଳା ପରିଷଦ ପ୍ରାର୍ôଥ ପ୍ରଫୁଲ୍ଲ ଚନ୍ଦ୍ର ମଲ୍ଲିକ ମୁଖ୍ୟବକ୍ତା, ମୁଖ୍ୟ ଅତିଥି ଓ ସମସ୍ତ କର୍ମୀଙ୍କୁ କୃତଞ୍ଜତା ଓ ଧନ୍ୟବାଦ ଦେବା ପରେ ସଭାପତି ସଭାସାଙ୍ଗ କଲେ ।

Share This Article