ଭୁବନେଶ୍ୱର ନୂତନ ଷ୍ଟେସନରେ ଚାରୋଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି

Odisha Hot News
2 Min Read

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ଭୁବନେଶ୍ୱର ନୂତନ ଷ୍ଟେସନରେ ପର୍ଯ୍ୟାୟକ୍ରମେ ଚାରି ଯୋଡ଼ା ଟ୍ରେନର ରହଣି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ଯାହାକି ପୂର୍ବ ବିଜ୍ଞପ୍ତିରେ ଦର୍ଶାଯାଇପାରିନଥିଲା। କୋଭିଡ଼୧୯ ମହାମାରୀ ସମୟରେ ସମସ୍ତ ଟ୍ରେନର ସେବା ବାତିଲ କରାଯାଇଥିଲା। କୋଭିଡ଼ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପ୍ରୋଟୋକଲ୍ ଅନୁଯାୟୀ, କିଛି ଟ୍ରେନ୍କୁ ସୀମିତ ରହଣି ସହିତ ବିଶେଷ ଟ୍ରେନ ଭାବରେ ପୁନଃ ଚଳାଚଳ କରାଗଲା ଯାହାଦ୍ୱାରା ଯାତ୍ରୀମାନେ ସେମାନଙ୍କର ଜରୁରୀ କାର୍ଯ୍ୟ ପାଇଁ ଯାତାୟାତ କରିପାରିବେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳବାଇ ବର୍ତ୍ତମାନ ପର୍ଯ୍ୟାୟକ୍ରମେ ଟ୍ରେନ ଚଳାଚଳ କରୁଅଛି। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ବର୍ତମାନ ବିଶେଷ ଟ୍ରେନ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ପାସେଞ୍ଜର ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ପାସେଞ୍ଜର (ଯାହାକି ବର୍ତ୍ତମାନ ଖୋର୍ଦ୍ଧା ରୋଡ଼ ଓ କେନ୍ଦୁଝରଗଡ଼ ମଧ୍ୟରେ ଚଳାଚଳ କରୁଛି) ଟ୍ରେନ୍ ଗୁଡିକୁ ଭୁବନେଶ୍ୱର ନୂତନ ଷ୍ଟେସନରେ ଚଳିତ ମାସ ୧୦ ତାରିଖ ଠାରୁ ରହଣି ଯୋଗାଇଦେବା ପାଇଁ ନିଷ୍ପତ୍ତି ନିଆଯାଇଅଛି।
ପୁରୀ-କଟକ-ପୁରୀ ମେମୁ:
ପୁରୀରୁ 68416/68415 ପୁରୀ-କଟକ-ପୁରୀ ମେମୁ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୦୫ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୦୬ମି.ରେ କଟକ ଆଡକୁ ଯିବ। କଟକରୁ ଏହି ଟ୍ରେନ୍ ଅପରାହ୍ନ ୫ଘ.୨୦ମି.ରେ ପହଞ୍ଚି ଏବଂ ଅପରାହ୍ନ ୫ଘ.୨୧ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।
ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ:
68426/68425 ଭୁବନେଶ୍ୱରରୁ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୪ଘ.୫୪ମି.ରେ ପହଞ୍ଚି ଅପରାହ୍ନ ୪ଘ.୫୫ମି.ରେ କେନ୍ଦୁଝରଗଡ଼ ଅଭିମୁଖେ ଯାତ୍ରା କରିବ। କେନ୍ଦୁଝରଗଡ଼ରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଠାରେ ପୂର୍ବାହ୍ନ ୧୦ଘ.୧୪ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୧୫ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ରେଳବାଇ ମଧ୍ୟ ପାଲାସା-କଟକ-ପାଲାସା ପାସେଞ୍ଜର ଏବଂ ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର ଟ୍ରେନ କୁ ଭୁବନେଶ୍ୱର ନୂତନ ଷ୍ଟେସନରେ ରହଣି ପାଇଁ ସ୍ଥିର କରିଛି। ଏହି ଟ୍ରେନଦ୍ବୟ ଏମାନଙ୍କର ଚଳାଚଳ ପ୍ରାରମ୍ଭ କରିବା ପରେ ଭୁବନେଶ୍ୱର ନୂତନ ଷ୍ଟେସନରେ ଅତିରିକ୍ତ ରହଣି କରିବ।
ପାଲାସା-କଟକ-ପାଲାସା ପାସେଞ୍ଜର:
58534/58533 ପଲାସା ଠାରୁ ପଲାସା-କଟକ-ପାଲାସା ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୦୯ଘ.୫୪ମି.ରେ ପହଞ୍ଚି ପୂର୍ବାହ୍ନ ୦୯ଘ.୫୫ମି.ରେ କଟକ ଆଡକୁ ଯିବ। କଟକରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୪ଘ.୩୮ମି.ରେ ପହଞ୍ଚି ଅପରାହ୍ନ ୪ଘ.୩୯ମି.ରେ ପଲାସା ଅଭିମୁଖେ ଯାତ୍ରା କରିବ।
ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର:
ଖଡ଼ଗ୍ପୁର ଠାରୁ 58005/58006 ଖଡ଼ଗ୍ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ପୂର୍ବାହ୍ନ ୧୦ଘ.୫୪ମି.ରେ ପହଞ୍ଚି ପୂର୍ବାହ୍ନ ୧୦ଘ.୫୫ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ | ଖୋର୍ଦ୍ଧା ରୋଡ଼ରୁ ଏହି ଟ୍ରେନ୍ ଭୁବନେଶ୍ୱର ନୂଆ ଷ୍ଟେସନ ଠାରେ ଅପରାହ୍ନ ୫ଘ.୨୯ମି.ରେ ପହଞ୍ଚି ଅପରାହ୍ନ ୫ଘ.୨୯ମି.ରେ ଖଡ଼ଗ୍ପୁର ଅଭିମୁଖେ ଯାତ୍ରା କରିବ।

Share This Article