୨୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଓ ଆଜ୍ଞାମାଳ ଯାତ୍ରା ଅନୁଷ୍ଠିତ – Fast News Network

Odisha Hot News
2 Min Read

ଭଦ୍ରକ: ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଉପଲକ୍ଷେ ଚଳିତ ବର୍ଷ ରୀତିନୀତି ଅନୁଯାୟୀ ଆଜି କଳସ ଶୋଭାଯାତ୍ରା, ଆଜ୍ଞାମାଳ ଅଣାଯିବା କାର୍ଯ୍ୟ ସହିତ ଯଜ୍ଞ କର୍ମ ଆରମ୍ଭ ହୋଇଛି । ପୂର୍ବାହ୍ଣରେ ତିନୋଟି ଆଧ୍ୟାତ୍ମିକ ସ୍ଥଳୀ ଆରଡ଼ି ବାବା ଆଖଣ୍ଡଳମଣି, ଯାଜପୁର ମା’ ବିରଜା ଓ ମା’ ଭଦ୍ରକାଳୀଙ୍କ ପୀଠରୁ ଶତାଧିକ ଭକ୍ତଙ୍କୁ ନେଇ ଆଜ୍ଞାମାଳ ଅଣାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶ୍ରୀରାମ ନବମୀ ମହାଯଜ୍ଞ ସକାସେ ସହରର ବାବା ଲୋକନାଥ ମନ୍ଦିରରୁ ଘଟ ଅଣାଯାଇ ଯଜ୍ଞାରମ୍ଭ ହୋଇଥିଲା । ଅପରାହ୍ନ ୩ଘଟିକାରେ ଶହଶହ ସଂଖ୍ୟାରେ ମହିଳାମାନେ ଗାନ୍ଧୀ ପଡ଼ିଆ ଯଜ୍ଞସ୍ଥଳରୁ ବାହାରି ଅସ୍ତଳ ଗ୍ରାମ ହୋଇ ସାଳନ୍ଦୀ ନଦୀ ଘାଟରେ ପହଞ୍ଚିଥିଲେ । ସେଠାରେ ରୀତିନୀତି ଅନୁଯାୟୀ ପୂଜା ପରେ ମହିଳାମାନେ ଘଟୋତ୍ତଳନ କରିଥିଲେ । ପରେ ଶୋଭାଯାତ୍ରାରେ ବନ୍ତ ଛକ, ଅପର୍ତ୍ତିବିନ୍ଧା ଛକ, କଚେରୀ ବଜାର, ଟାଉନହଲ ଛକ, ନୂଆବଜାର ହୋଇ ଗାନ୍ଧୀ ପଡ଼ିଆକୁ ଫେରିଥିଲେ । ଯଜ୍ଞ ମଣ୍ଡପରେ ରୀତିନୀତି ମୁତାବକ ପୂଜାକର୍ମ ଆରମ୍ଭ କରାଯାଇଛି ।
ଆଜିଠାରୁ ଏହି ପୂଜା ଯଥା, ରାମ ନବମୀ ଯଜ୍ଞ, ହନୁମାନ ଚାଳିଶା ପାଠ ଆଦି ୩ ଦିନ ଧରି ଅନୁଷ୍ଠିତ ହେବ । ଏହି ଯଜ୍ଞ କର୍ମରେ କର୍ତ୍ତାକର୍ତ୍ତ୍ରୀ ଭାବେ ସନାତନ ସାହୁ, ଅମ୍ବିକା ଦାସ, ପ୍ରହଲ୍ଲାଦ ନାୟକ ସପତ୍ନୀକ ସଂକଳ୍ପ କରିଛନ୍ତି । ଆଜି ବାବା ଆଖଣ୍ଡଳମଣିଙ୍କ ପୀଠରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରଜା କ୍ଷେତ୍ରରୁ ବଦ୍ରିନାରାୟଣ ଧଳ, ଭଦ୍ରକାଳୀଙ୍କ ପୀଠରୁ ଡାକ୍ତର ପ୍ରଦୀପ ନାୟକଙ୍କ ତତ୍ତ୍ୱାବଧାନରେ ଆଜ୍ଞାମାଳ ଅଣାଯାଇଥିବା ବେଳେ ମହିଳାଙ୍କ କଳସ ଶୋଭାଯାତ୍ରାରେ ମାଳତୀଲତା ସାହୁ, ରଞ୍ଜିତା ସ୍ୱାଇଁ, କଳ୍ପନା ଜେନା, ଭାରତୀ ବିଶ୍ୱାଳ, ଗୀତା ପଢିଆରୀ, ହରପ୍ରିୟା ସାହୁ, ଲିପିକା ବାରିକ, ଉଷା ପାଢୀ, ଗୀତିକା ମହାପାତ୍ର, ରମିତା ପାଢୀ, ଉର୍ମିଳା ସେଠୀ, ପଙ୍କଜିନୀ ଳେଙ୍କା, ପଦ୍ମିନୀ ଦ୍ୱିବେଦୀ, ଉର୍ମିଳା ସାହୁ, ଶ୍ରାବଣୀ କିନ୍ନର, ଚୈତାଳୀ ଖିଲାର, ନବନୀତା ନାୟକ, ମମତା ବେହେରା, ସୁମିତ୍ରା ପାଣି, ତପସ୍ୱିନୀ ମହାପାତ୍ର ପ୍ରମୁଖ ବିଭିନ୍ନ ବିଭାଗର ଦାୟିତ୍ୱ ନିର୍ବାହ କରିଥିଲେ ।
ଆଜିର ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀରାମ ମହାଯଜ୍ଞ ସମିତିର ସଭାପତି ରାୟ ରାମାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଯୁଗ୍ମ ସମ୍ପାଦକ ତପନ ମହାନ୍ତି, ଉପସଭାପତି ପ୍ରଦିପ୍ତ ବିଶ୍ୱାଳ, ସହକୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ବରିଷ୍ଠ ସଦସ୍ୟ ଜଗନ୍ନାଥ ଦାଶ, ଉପଦେଷ୍ଟା ଅଭିମନ୍ୟୁ ସେଠୀ ପରିଚାଳନା କରିଥିବା ବେଳେ ତୁଷାର ଦାସ, ସ୍ୱାଧୀନ ସୁନ୍ଦର ଦାସ, ସୁରେଶ ସାମଲ, ସୂର୍ଯ୍ୟବଂଶୀ ସୂରଜ, ସ୍ୱରୂପାନନ୍ଦ ମହାପାତ୍ର, ଦେବାଂଶୁ ରାଉତ, ଚନ୍ଦନ ଦାସ, ମିଲନ ବଳ, ଅପୂର୍ବ ରଞ୍ଜନ ବେହେରା, ରଶ୍ମିରଂଜନ ସାହୁ, ସୁଧୀର ଦ୍ୱିବେଦୀ, ପ୍ରତାପ ଦାସ, ଜ୍ୟୋତିପ୍ରକାଶ ସାହୁ, ଶିବଶଙ୍କର ଦାସ, ବସନ୍ତ ରାଉତ, ବିକାଶ ପାଢୀ, ମୁକେଶ ବାରିକ, ପୁନିଲ ସାମନ୍ତ, ଦେବାଶିଷ ଗ୍ରହାଚାର୍ଯ୍ୟ, ପ୍ରିୟବ୍ରତ ଭୋଇ, କାହ୍ନା ଖୁଣ୍ଟିଆ, ସନ୍ତୋଷ ସାହୁ, ସରୋଜ ରାଉତ, ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

Share This Article