ମୁଖ୍ୟମନ୍ତ୍ରୀ ଓ ପ୍ରଣବଙ୍କୁ ସଂଖ୍ୟାଲଘୁ ସେଲ ତରଫରୁ କୃତଜ୍ଞତା

Odisha Hot News
2 Min Read

ଭୁବନେଶ୍ବର: ଆଜି ଯୁବ ସଂଖ୍ୟାଲଘୁ ସେଲ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସକୁ କେନ୍ଦ୍ରାପଡ଼ା ପୌରପାଳିକା ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳ ପ୍ରଣବଙ୍କ ବାସଭବନରେ ପହଂଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଣବ ପ୍ରକାଶ ଦାସକୁ ସେ ଦେଇଥିବା ପ୍ରତିସୃତି ପୂରଣ କରିଥିବାରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ। ପ୍ରକାଶ ଥାଉ କି ନିର୍ବାଚନ ତାରିଖ ଘୋଷଣା ହେବା ପରେ ସଂଖ୍ୟାଲଘୁ ମୋର୍ଚାର ଏକ ପ୍ରାତିନିଧି ମଣ୍ଡଳୀ ବିଜୁ ଜନତା ଦଳର ସଂଘଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସକୁ ( ବବି ) ତାଙ୍କର ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି କେନ୍ଦ୍ରାପଡ଼ା ପୌରପାଳିକ ରେ 33 % ରୁ ଉର୍ଦ୍ଧ ସଂଖ୍ୟାଲଘୁ ଭୋଟର ଅଛନ୍ତି। ପୌର ଅଧ୍ୟକ୍ଷ ଭାବରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟାକ୍ତିକୁ ଦଳ ତରଫରୁ ପୌର ଅଧ୍ୟକ୍ଷ କରିବା ପାଇଁ ଦାବି ଉପସ୍ଥାପନା କରିଥିଲେ। ପ୍ରଣବ ତତ୍‌କ୍ଷଣାତ ଉତ୍ତର ଦେଇଥିଲେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାହେବି। ପରବର୍ତ୍ତୀ ପର୍ଯୟରେ ବବି ବାବୁ ପ୍ରତିଶ୍ରୁତି ଦେଲେ ଏ କଥା ଦୃଢ଼ ନିଶ୍ଚିନ୍ତ ଯେ ସଂଖ୍ୟାଲଘୁ ସାମ୍ପ୍ରଦାୟରୁ ଜଣେ ଉପଅଧ୍ୟକ୍ଷ ହେବେ। ଦଳର ସୁପ୍ରିମୋ ଦୀର୍ଘ 23 ବର୍ଷ ପରେ ସଂଖ୍ୟଲଘୁ ସମ୍ପ୍ରଦାୟ ତରଫରୁ ୱାର୍ଡ ନୁମ୍ବର 14ର କାଉନସିଲର ଆକବରୀ ଖାତୁନକୁ ଉପନଗରପାଳିକା ଭାବରେ ଚୟନ କରାଯାଇଥିବାରୁ ଜଲ୍ଲା ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଅଛି।
ଏହି ପରିପକ୍ଷୀ ରେ ଯୁବ ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ ଆମିର ଓ କେନ୍ଦ୍ରାପଡ଼ା ନିର୍ବାଚନ କ୍ଷେତ୍ର୍ରୟ ସମ୍ପାଦକ ସେକ ଲିୟାକତ ଅଲି କେନ୍ଦ୍ରାପଡ଼ା ର ବିଧାୟକ ଶଶୀ ଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଅତୁନ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡ଼ା ପୌର ଅଦକ୍ଷ ସାରିତା ସାହୁଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଅନ୍ୟମାନଙ୍କ ମଧ୍ୟରେ ଅବରାର ଖାନ, ଅବଦୁଲ ମତିନ, ସେକ ନାସିମୁଦ୍ଦିନ, ପଦ୍ମନାଭ ସାହୁ, ନିରଞ୍ଜନ ନାୟକ, ସେକ ଉମରାନ, ସେକ ମହବୁବ, ନାଇଁମ ଖାନ ଆଦି ଉପସ୍ଥିତ ଥିଲେ l

Share This Article