ଫିକା ପଡ଼ିଗଲା କଂଗ୍ରେସ ମୁକ୍ତ; ମଉଁଳି ଗଲା ପଦ୍ମ, ଓଲଟିଗଲା ବିକାଶର ଚିତ୍ର…

Odisha Hot News
2 Min Read

ଭୁବନେଶ୍ୱର: କଂଗ୍ରେସ ମୁକ୍ତ ଅଭିଯାନରେ ଫିକା ପଡ଼ିଗଲା । ୫ଟି ରାଜ୍ୟ ନିର୍ବାଚନରେ ଫଳାଫଳ ପକ୍ରିୟା ଚାଲିଥିବା ବେଳେ ଠିକ୍ ଏତିକ ବେଳେ ପଦ୍ମ ମଉଳି ଯାଇଛି ଆଉ ନିସ୍ତେଜ ହାତ ସତେଜ ହୋଇଛି । ପୂର୍ବରୁ ୨୧ ରାଜ୍ୟକୁ ଦଖଲ କରିବାଥିବା ବିଜେପି ଦେଶରୁ କଂଗ୍ରେସ ମୁକ୍ତ ଅଭିଯାନରେ ରୋକ୍ ଲାଗିଛି । ରାଜସ୍ଥାନରେ ପୁଣି ଥରେ କଂଗ୍ରେସ ସିଂହାସନ ଦଖଲ କରିଛି । ପ୍ରତି ୫ ବର୍ଷରେ ଥରେ ଭୋଟର ଦଳ ପରିବର୍ତନର ପରମ୍ପରା ବଜେଇ ରଖିଛି । ୧୯୯ଟି ବିଧାନସଭା ଆସନରୁ କଂଗ୍ରେସକୁ ୧୦୪, ବିଜେପିକୁ ୭୦, ବିଏସପି ୬, ଅନ୍ୟାନ୍ୟକୁ ୧୯ ସିଟ୍ ମିଳିଛି । ସେହିପରି ଛତିଶଗଡ଼ରେ ମଧ୍ୟ ବିଜେପିକୁ ଏକା ଦଶା ଭୋଗିବାକୁ ପଡ଼ିଛି । ୧୫ ବର୍ଷର ରମଣ ସିଂ ସରକାର ଭାଙ୍ଗି ଚୁରମାର ହୋଇଛି । ୯୦ଟି ବିଧାନସଭା ଆସନରୁ ମାତ୍ର ୧୮ଟି ସିଟ୍ରେ ସନ୍ତୁଷ୍ଟ ହୋଇଛି ବିଜେପି । ଏହାସହ କଂଗ୍ରେସକୁ ୬୩ ଏତିକି ବେଳେ ବିଏସପି କୁ୯ଟି ଆସନ ମିଳିଛି । ଅନ୍ୟପଟେ ୨୫ ବର୍ଷ କଂଗ୍ରେସର ଦଖଲରେ ଥିବା ମିଜୋରାମକୁ ବିଜେପି ମେଂଟ କରାୟତ କରିନେଇଛି । ୪୦ ବିଧାନସଭା ଆସନରୁ ଶାସନ କଂଗ୍ରେସକୁ ମାତ୍ର ୫ଟି ସିଟ୍ ଦଖଲ କରିଥିବା ବେଳେ ବିଜେପି ମେଂଟକୁ ୨୬, ବିଏସପିକୁ ୧ ଓ ଅନ୍ୟାନ୍ୟକୁ ୮ଟି ସିଟ ମିଳିଛି ।
() ଅନ୍ୟପଟେ ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୋହାନଙ୍କ ଅବସ୍ଥା ବାର ବାଜିଛି । ୨୩୦ ବିଶିଷ୍ଟ ବିଧାନସଭାରୁ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏଥିରେ ମଧ୍ୟ ବିଜେପିକୁ ଶନି ଦଶା ଭୋଗିବାକୁ ପଡ଼ିଛି । କଂଗ୍ରେସକୁ ୧୧୭ସିଟ୍ ମିଳିଥିବା ବେଳେ ବିଜେପିକୁ ୧୦୩, ବିଏସପିକୁ ୩ ଓ ଅନ୍ୟାନ୍ୟକୁ ୭ ମିଳିଛି ।
() ପୁଣି ତେଲେଗାନାରେ ଦବଦବା ଜାହିର କଲେ କେ.ସି.ଆର । ମୋଟ ୧୧୯ ଆସନରୁ ଟିଆରଏସ ୮୭ଟି ଆସନ ପାଇଥିବା ବେଳେ କଂଗ୍ରେସ ୨୨ ବିଜେପି ଖାତାରେ ମାତ୍ର ୨ଟି ଅନ୍ୟାନ୍ୟ ୯ଟି ଆସନ ମିଳିଛି । ଯାହା ବିରୋଧି ଶିବିରକୁ ଥରବର କରିଦେଇଛନ୍ତି କେସିଆର । ଏହାସହ ଦ୍ୱିତୀୟ ଥର ପାଇଁ କେସିଆର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି ।
() ବିଜେପିର କଂଗ୍ରେସ ମୁକ୍ତ ଆହ୍ୱାନ, ବିକାଶ ଯେଉଁ ଦଳର ଚିତ୍ର ତାହା ଆଜି ଫିକା ପଡ଼ିଛି । କେବଳ ମେଜୋରାମକୁ ଛାଡ଼ିଦେଲେ ରାଜସ୍ଥାନ, ମାମୁଁଙ୍କ ରାଇଜ ମଧ୍ୟପ୍ରଦେଶ, ତେଲେଗାନା, ଛତିଶଗଡ଼ରେ ବିଜେପିର ବିକାଶର ନଗ୍ନଚିତ୍ରକୁ ଭୋଟରମାନେ ବାଲାଟରେ ଦେଖାଇଛନ୍ତି । ପୂର୍ବରୁ ଜନଆକ୍ରୋଶର ଶିକାର ହୋଇଛି ବିଜେପି । ପୂର୍ବରୁ ବିମୁଦ୍ରାକରଣ ଓ ଜିଏସଟି ଭଳି ଜନମାରଣନୀତି ଆପଣାଇ ନିଜକୁ ସ୍ୱଚ୍ଛ ବୋଲାଉଥିବା ମୋଦୀଙ୍କୁ ଭୋଟରମାନେ ଉପଯୁକ୍ତ ନ୍ୟାୟ ଦେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Share This Article
Leave a comment