ହୁ ହୁ ହୋଇ ବଢୁଛି ପେଟ୍ରୋଲ-ଡିଜେଲ ଦର – Fast News Network

Odisha Hot News
2 Min Read

ମାଲକାନଗିରି: ପେଟ୍ରୋଲ ଓ ଡିଜେଲ ଦର ଏବେ ହୁ ହୁ ହୋଇ ବଢି ଚାଲିଛି। ଆଜି ପୁଣି ପେଟ୍ରୋଲ ଦର ୮୦ ପଇସା ବଢିଥିବା ବେଳେ ଡିଜେଲ ଦର ୮୫ ପଇସା ବଢିଛି। ମାଲକାନଗିରିରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୦୪ ଟଂକା ରହିଥିବା ବେଳେ ଡିଜେଲ ଦର ୧୦୪.୬୩ ଟଂକାରେ ପହଞ୍ଚିଛି। ତେଲ ଦର ବଢୁଥିବାରୁ ସାଧାରଣ ଲୋକଙ୍କ ପକେଟକୁ ବାଧୁଥିବା ଜଣାପଡିଛି।ଏହା ସହ ତାଳଦେଇ ଅତ୍ୟାବଶକୀୟ ଜିନିଷର ଦରଦାମ ମଧ୍ୟ ଆକାଶ ଛୁଆଁ ହେଲାଣି।ଲୋକେ ଏବେ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି।ଯେଉଁମାନେ ପୂର୍ବରୁ ୧୦୦ ଟଂକାର ତେଲ ପକାଉଥିଲେ ସେମାନେ ଏବେ ମାତ୍ର ୨୦ରୁ ୫୦ ଟଂକାର ଦେଲ ପକାଉଛନ୍ତି। ଘରୁ ପଦାକୁ ବାହାରିଲେ ଗାଡି ଧରି ବାହାରୁଥିଲେ। କିନ୍ତୁ ଏବେ ଲୋକେ ଆଉ ଗାଡି ବଦଳରେ ପାଦରେ ଚାଲି ଚାଲି ଯିବାକୁ ପସନ୍ଦ କରୁଛନ୍ତି।
ସେହିପରି ଯେଉଁ ଲୋକ ସୌକ ପାଇଁ ନିଜ ଘରେ କାର ଖଣ୍ଡିଏ ରଖିଛନ୍ତି ସେମାନେ ବି ଆଉ କାର କାଡିବାକୁ ଭୟ କଲେଣି। ସେତେବେଳେ ୫୦୦ ଟଂକାର ତେଲ ପକାଇଲେ ଯେତେ ବୁଲୁଥିଲେ ଏବେ ଆଉ ତାହା ନାହିଁ। ତେଣୁ ଲୋକେ ଆଉ ପରିବାରକୁ ନେଇ ବାହାରକୁ ବୁଲିବାକୁ ଯିବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି। ଗତ ସପ୍ତାହ ମଧ୍ୟରେ ୭ ଟଂକାରୁ ଊର୍ଦ୍ଧ୍ବ ଟଂକା ବଢି ସାରିଲାଣି। କିନ୍ତୁ ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଛତିଶଗଡର ସୁକମା ଜିଲ୍ଲାରେ ତେଲ ଦର ୧୧୦ ଟଂକା ରହିଛି। ମାଲକାନଗିରି ଠାରୁ ୫ ଟଂକା କମ୍ ରହିଛି। ଏପରିକି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଠାରୁ ମାତ୍ର ତିନି କିଲୋ ମିଟର ଦୂରରେ ରହିଛି।
ଛତିଶଗଡର ଦୋରନାପାଲ ଗ୍ରାମ। ଏଠାରେ ତେଲ ଦର ୧୧୦ ଟକା ରହିଛି। ମାତ୍ର ତିନି କିଲୋମିଟର ଦୁରରେ ୫ ଟଂକାର ଫରକ ରହିଛି। ସେହିପରି ଡିଜେଲ ଦର ମଧ୍ୟ ହୁ ହୁ ହୋଇ ବଢୁଥିବାରୁ ଅତ୍ୟାବଶକୀୟ ଜିନିଷ, ପନିପରିବା ଇତ୍ୟାଦି ଉପରେ ଏହାର ପ୍ରଭାବ ପଡିଛି। ମାଲକାନଗିରିରେ ଏବେ ପନିପରିବା ଦର ଏତେ ବଢିଛି ଯେ ପକେଟକୁ ବାଧୁଛି। ପୂର୍ବରୁ ଲୋକେ ଯେତେ ଟଂକାର ଖରିଦ କରି ନେଉଥିଲେ ଏବେ ଆଉ ତାହା କରୁନଥିବା ଦେଖିବାକୁ ମିଳିଛି। ତେବେ ଆଗକୁ ଯଦି ତେଲ ଦର ଏପରି ବଢେ ତେବେ ସାଧାରଣ ଲୋକଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିବ ବୋଲି କୁହାଯାଇଛି। ତେଲ ଦରକୁ ନେଇ ବିରୋଧୀ ଚୁପ ରହିଥିବା ଯୋଗୁଁ ଏହା ଦ୍ରୁତ ଗତିରେ ବଢିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

Share This Article