ଭୁବନେଶ୍ବର: ୟୁନିଟ ୪ ମସଜିଦ ହମଦ ଠାରେ ଅହମଦୀୟା ମୁସଲିମ ଯୁବ ସଂଗଠନ ମଜଲିସ ଖୁଦ୍ଦାମୁଲ ଅହମଦୀୟା ଭୁବନେଶ୍ବରର ତତ୍ତ୍ବାବଧାନରେ ବିଶ୍ବଶାନ୍ତି ପାଇଁ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି ଶୋଭାଯାତ୍ରା ସାମୂହିକ ନୀରବ ପ୍ରାର୍ଥନା ସହ ମସଜିଦ ହମଦ ଠାରୁ ଆରମ୍ଭ ହୋଇ କମିଶନରେଟ ପୋଲିସ ଅଫିସ, ରାଜଭବନ, ଏଜିଛକ, ସେକେଟିରୀଏଟ, ଚର୍ଚ୍ଚ ଏବଂ କୟାପିଟାଲ ଜାମା ମସଜିଦ ଦେଇ ମସଜିଦ ହମଦ ଫେରିଥିଲେ । ଏହି ଶୋଭାଯାତ୍ରାରେ ଯୁବକମାନେ ବିଶ୍ବଶାନ୍ତି, ବିଶ୍ବଭାଇଚାରା ଏବଂ ବସୁଧୈବ କୁଟୁମ୍ବକମର ମଧୂର ଓ ଅମୂଲ୍ୟ ବାର୍ତ୍ତା ବହନ କରିଥିଲେ ।
ବିଶ୍ବଶାନ୍ତି ପାଇଁ ସାଇକେଲ ଶୋଭାଯାତ୍ରା – Fast News Network

You Might Also Like
- Advertisement -
Comment