ପ୍ରକାଶ ପାଇଲା ନବମ, ଦଶମ ପରୀକ୍ଷା ସୂଚୀ

Odisha Hot News
3 Min Read

ଭୁବନେଶ୍ବର: ପ୍ରକାଶ ପାଇଲା ମାଧ୍ୟମିକ ଶିକ୍ଷା ବୋର୍ଡର ମାଟ୍ରିକ ପରୀକ୍ଷା ସୂଚୀ। ଆସନ୍ତା ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ଭାଷା ହେବାକୁ ଥିବାବେଳେ ମେ ୨ରେ ହେବ ଗଣିତ ପରୀକ୍ଷା। ସେହିପରି ମେ ୪ ତାରିଖରେ ବିଜ୍ଞାନ ଏବଂ ମେ ୫ରେ ପ୍ରଥମ ଭାଷା ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତି ଦର୍ଶାଇଛି ମାଧ୍ୟମିକ ଶିକ୍ଷା ପରିଷଦ। ତାସହ ମେ ୬ ତାରିଖରେ ତୃତୀୟ ଭାଷା ଏବଂ ମେ ୭ ତାରିଖରେ ହେବ ସାମାଜିକ ବିଜ୍ଞାନ ପରୀକ୍ଷା। ତେବେ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଥମ ଭାଷା, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ପୃଥକ ରହିବ ବୋଲି ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ଦର୍ଶାଯାଇଛି। ସେହିପରି ନବମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା-୨ର ସୂଚୀ ମଧ୍ୟ ପ୍ରକାଶିତ ହୋଇଛି। ଏପ୍ରିଲ ୧୩ରେ ଦ୍ୱିତୀୟ ଭାଷା ଏବଂ ଏପ୍ରିଲ ୧୬ରେ ଗଣିତ ପରୀକ୍ଷା ହେବ। ଏପ୍ରିଲ ୧୮ରେ ବିଜ୍ଞାନ ପରୀକ୍ଷା ହେବ ଏବଂ ଏପ୍ରିଲ ୧୯ରେ ପ୍ରଥମ ଭାଷା ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଏହାପରେ ଏପ୍ରିଲ ୨୦ରେ ସାମାଜିକ ବିଜ୍ଞାନ ଓ ଏପ୍ରିଲ ୨୧ରେ ତୃତୀୟ ଭାଷା ପରୀକ୍ଷା ହେବ।
ଆସନ୍ତା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ ଆସେସମେଣ୍ଟ-୨ ପରୀକ୍ଷା । ଏହାକୁ ନେଇ ମାଧ୍ୟାମିକ ଶିକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ପରୀକ୍ଷା ସୂଚୀ ସମ୍ପର୍କରେ ଅବଗତ କରାଇଛନ୍ତି । ଏଥର ୪ଟି ସେଟର ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିବା ବେଳେ ମୋଟ ୮୦ ମାର୍କର ପରୀକ୍ଷା ହେବ । ଏଥିରେ ୫୦ ମାର୍କ ସବଜେକ୍ଟିଭ ଓ ୩୦ ମାର୍କ ଅବଜେକ୍ଟିଭ ରହିବ । ଚଳିତ ବର୍ଷ ନୂଆ ଢାଞ୍ଚାରେ ହେଉଛି ମାଟ୍ରିକ ପରୀକ୍ଷା । ସମ୍ମେଟିଭ-୧ ଓ ସମ୍ମେଟିଭ-୨ ଏଭଳି ଦୁଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି । ସମ୍ମେଟିଭ-୧ ପରୀକ୍ଷା ଶେଷ ହୋଇଥିବା ବେଳେ ୨୯ ତାରିଖରୁ ହେବ ସମ୍ମେଟିଭ-୨ ପରୀକ୍ଷା । ଅର୍ଥାତ୍ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ଯଥାସମ୍ଭବ ନିଜ ସ୍କୁଲରେ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ ୭ ତାରିଖ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ସମ୍ମେଟିଭ ୨ ପରୀକ୍ଷା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ। ପ୍ରତ୍ୟେକ ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ପରୀକ୍ଷା ପାଇଁ ୨ ଘଣ୍ଟାର ସମୟ ସୀମା ରହିବ। କେବଳ ଗଣିତ ପାଇଁ ୨ ଘଣ୍ଟା ୧୫ ମିନିଟ ସମୟ ଦିଆଯିବ । ୮୦ ମାର୍କ ମଧ୍ୟରୁ ୫୦ ମାର୍କ ମଲ୍ଟିପଲ ଚଏସ ଓ ୩୦ମାର୍କ ସବଜେକ୍ଟିଭ ପ୍ରଶ୍ନ ରହିବ। ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ଟିଏଲଭି ଓ ଭିଜୁଆଲ ଆର୍ଟସ ଛଡା ସମସ୍ତ ପରୀକ୍ଷା ୮୦ ମାର୍କର ହେବ । କୋରୋନା ସ୍ଥିତିକୁ ଦୃଷ୍ଟିରେ ନେଇ ଓ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ତିନି ପ୍ରକାର ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହେବ । ତିନୋଟି ପ୍ରଣାଳୀରୁ ଯେଉଁଥିରେ ଛାତ୍ରଛାତ୍ରୀ ସର୍ବାଧିକ ମାର୍କ ରଖିବେ, ତାହାକୁ ଫାଇନାଲ ମାର୍କ ବୋଲି ଧରାଯିବ । ପ୍ରଥମ ଦୁଇଟି ପଦ୍ଧତି ହେଉଛି ବିକଳ୍ପ ମୂଲ୍ୟାୟନ ପଦ୍ଧତି । ତୃତୀୟଟି ହେଉଛି ପରିଷଦ ଦ୍ବାରା ନୂତନ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କରାଯାଇଛି ।
୧- ପ୍ରଥମ ପଦ୍ଧତି: ଗତବର୍ଷ ହୋଇଥିବା ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ବା ଇଣ୍ଟରନାଲ ଆସେସମେଣ୍ଟର ୱେଟକୁ ଦୁଇ ଗୁଣ କରାଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ ।
୨- ଦ୍ବିତୀୟ ପଦ୍ଧତି: ଏପ୍ରିଲରେ ହେବାକୁ ଥିବା ସମେଟିଭ ଆସେସମେଣ୍ଟ -୨ ଫଳାଫଳକୁ ଦୁଇ ଗୁଣ କରାଯିବ ।
୩- ତୃତୀୟ ପଦ୍ଧତି: ଇଣ୍ଟରନାଲ ଆସେସମେଣ୍ଟକୁ ୨୦ ପ୍ରତିଶତ, ସମେଟିଭ ଆସେସମେଣ୍ଟ ୧ର ୩୦ପ୍ରତିଶତ ଓ ସମେଟିଭ ଆସେସମେଣ୍ଟ ୨କୁ ୫୦ ପ୍ରତିଶତ ୱେଟେଜ ଦିଆଯାଇ ଫଳାଫଳ ନିର୍ଦ୍ଧାରଣ କରାଯିବ ।

Share This Article