ଭଦ୍ରକ: ଏହି ଜିଲାର ବନ୍ତ ବ୍ଲକ ଅର୍ନ୍ତଗତ ଆଗରପଡ଼ା ୧୪ ନଂ ଜିଲ୍ଲା ପରିଷଦ ଜୋନର ୯ଗୋଟି ପଂଚାୟତରେ ନବ ନିର୍ବାଚିତ ସରପଂଚମାନଙ୍କ ଶପଥ ଗ୍ରହଣ ଉତ୍ସବ ସହ ନାଏବ ସରପଂଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଚାରିଗାଁ-ଚକ୍ରାପାଢୀ ପଂଚାୟତରେ ନବ ନିର୍ବାଚିତ ସରପଂଚ ଗୀତିକା ଭୋଇ ଶପଥ ଗ୍ରହଣ କରିଛନ୍ତି । ଆୟୋଜିତ ଉତ୍ସବରେ ପୂର୍ବତନ ସରପଂଚ ବନମାଳୀ ବେହେରା,ଯୁବ ନେତା ଭାଗବତ ସାହୁ,ଧରଣୀ ଧର ପୃଷ୍ଟି,ରାମ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଟିପୁର ପଂଚାୟତରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ,ଯୁବ ନେତା ସପନ ସିଂହ ପ୍ରମୁଖ ଶତାଧିକ କର୍ମୀଙ୍କ ସହ ଆସି ସରପଂଚ ସୁଭଦ୍ରା ସିଂହ ପଂଚାୟତ କାର୍ଯ୍ୟାଳୟରେ ଶପଥ ନେଇଥିଲେ । ମହାନ୍ତିପଡ଼ାରେ ନିହାର ରଂଜନ ପଣ୍ଡା,ବଡ଼ମହିଁଷଗୋଠରେ ବିନୋଦିନୀ ମହାନ୍ତି,ପୁରୁଷଣ୍ଢରେ ପ୍ରକାଶ ବିଶ୍ୱାଳ,ଅଣିଜୋରେ ମାଳତୀଲତା ପୃଷ୍ଟି,ଆଡ଼ିଆରେ ମିନାକୁମାରୀ ଜେନା,ଗୋପିନାଥପୁରରେ ସବିତାରାଣୀ ନାୟକ ଓ ରାମଚନ୍ଦ୍ରପୁରରେ ପ୍ରୀୟଙ୍କା ପ୍ରୀୟଦର୍ଶିନୀ ଦାଶ ନିଜ ସମର୍ଥକମାନଙ୍କ ସହ ପଂଚାୟତ କାର୍ଯ୍ୟାଳୟରେ ଶପଥ ଗ୍ରହଣ କରିଛନ୍ତି ।
ଆଗରପଡ଼ା- ସରପଂଚଙ୍କ ଶପଥ ଗ୍ରହଣ ଉତ୍ସବ – Fast News Network

You Might Also Like
- Advertisement -
Comment