ନୂଆଦିଲ୍ଲୀ: ମିଜୋରାମରେ ୨୫ ବର୍ଷର ଶାସନ ଚୁରମାର । ତେବେ ମିଜୋରାମରେ ମୁଖ୍ୟମନ୍ତ୍ରୀ ଲାଲଥାନ୍ ୱାଲା ପରାସ୍ତ ହୋଇଛନ୍ତି । ଅପରପକ୍ଷରେ ନିଜର ଦଳ ପରାଜୟ ବରଣ କରିବା ସହ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ପରାସ୍ତ ହୋଇ ନିଜ ପଦକୁ ହରାଇଛନ୍ତି । ତେବେ ଲାଲଥାନ ଚମ୍ପାଇ ଆସନ ଏବଂ ସରଚିପ ନିର୍ବାଚନ ଆସନପାଇଁ ଲଢୁଥିଲେ । କିନ୍ତୁ ଏହି ଦୁଇଟି ମଧ୍ୟରୁ କାହାକୁ ହାସଲ କରିପାରିଲେ ନାହିଁ ଲାଲଥାନ୍ । ତେବେ ଲାଲଥାନଙ୍କ ପରାସ୍ତ କଂଗ୍ରେସ ପାଇଁ ବଡ ଝଟକା । ସେପଟେ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କୁ ଚମ୍ପାଇ ଆସନରୁ ହରାଇଛନ୍ତି ଏମଏନଏଫର ଟିଜେ ଲାଲୁନ୍ତଲୁଆଙ୍ଗ । ଅନ୍ୟପଟେ ମିଜୋରାମରେ ପ୍ରଥମଥର ପାଇଁ ୨୫ ବର୍ଷର ଶାସନକୁ ପଛରେ ପକାଇ ବାଜିମାରିନେଲା ବିଜେପି । ତେବେ ମିଜୋରାମରେ ସରକାର ଗଠନ କରିବାକୁ ମ୍ୟାଜିକ୍ ନମ୍ବର ୨୧ ରହିଥିବାବେଳେ ଏମଏନ୍ଏଫ୍ ୨୯, କଂଗ୍ରେସ ୬ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗରେ ରହିଛନ୍ତି।
ମିଜୋରାମରେ ୨୫ ବର୍ଷର ଶାସନ ଭାଙ୍ଗି ଚୁରମାର!

Leave a comment
Leave a comment