ଜିଲ୍ଲା ପ୍ରଶାସନ ବନ୍ଦ କଲା ବାଲ୍ୟ ବିବାହ – Fast News Network

Odisha Hot News
1 Min Read

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାପ୍ରଶାସନ ଧୂଷୁରୀ କଶିମପୁର ଗ୍ରାମର ନାବାଳିକା ବିବାହକୁ ବନ୍ଦ କରିଛନ୍ତି । ସୂଚନା ଥାଉକି, ଧୂଷୁରୀ କାଶିମପୁର ଗ୍ରାମର ନାବାଳିକା ଏବଂ ଉକ୍ତ ଗ୍ରାମର ମହେଶ ଜେନା ନାମକ ବ୍ୟକ୍ତିଙ୍କ ସାଙ୍ଗରେ ବିବାହ କରିବାକୁ ଯାଉଥିଲେ । ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ଉକ୍ତ ଘଟଣା ବିଷୟରେ ଜଣାଇବା ପରେ ଚାଇଲ୍ଡି ଲାଇନ୍‌ର ନିର୍ଦ୍ଦେଶିକା ସୋଫିୟା ସେକ୍‌ଙ୍କ ନିର୍ଦ୍ଦେଶକ୍ରମେ ସଂଯୋଜିକା ସରସ୍ୱତୀ ମହାରଣା ଲାଇନ ଡିପାଟ୍‌ମେଣ୍ଟ ସଂଗେର ବାଲ୍ୟବିବାହ ବନ୍ଦ କରିବା ପାଇଁ ଯୋଗାଯୋଗ କରିଥିଲେ । ଆଇ.ସି.ଡି.ଏସ. ଜିଲ୍ଲା ସଂଯୋଜକ (ବାଲ୍ୟବିବାହ) ଅସିମ୍ ଅମିତାଭ ଦାସଙ୍କ ନେତୃତ୍ୱରେ ସି.ଏମ.ପି.ଓ ସୁନନ୍ଦା ଦାସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟିର କର୍ମକର୍ତ୍ତା ଦମୟନ୍ତି ଦାସ ଓ ଚାଇଲ୍ଡ ଲାଇନର କର୍ମକର୍ତ୍ତା ପ୍ରଦୀପ ପଣ୍ଡା, କବିତା ରାଉଳ, ୱାନଷ୍ଟପ୍ ସତୀ ସେଣ୍ଟରର ସାମାଜିକ କର୍ମୀ ସସ୍ମିତା ପ୍ରିୟଦର୍ଶନୀ, ଅଶିମା ନାୟକ, ହାପିଫା ଖାତୁନ ଘଟଣାସ୍ଥଳରେ ପହଂଚି ବାଲ୍ୟ ବିବାହ ବନ୍ଦ କରାଇଲେ । ନାବାଳିକାଟିକୁ ଚାଇଲ୍ଡ ଲାଇନ୍ ହିପାଜତରେ ରଖାଯାଇଛି । ଆସନ୍ତା କାଲି ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରିବାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

Share This Article