ଭୁବନେଶ୍ବର: ଉପାନ୍ତରୁ ଉପକୂଳ, ଦକ୍ଷୀଣରୁ ଉତ୍ତର, ସବୁଠି ଶଙ୍ଖ। ବିରୋଧୀ ଦଳର ସବୁ ଚକ୍ରାନ୍ତ ଓ ବେଆଇନ୍ କାର୍ଯ୍ୟକୁ ପଞ୍ଚାୟତବାସୀ ପ୍ରତ୍ୟାଖାନ କରିଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ଏବଂ ଜନକଲ୍ୟାଣ ମୂଳକ ଯୋଜନା ଆଗରେ ସବୁ ଫିକା ପଡ଼ିଯାଇଛି। ବିରୋଧୀଙ୍କ ଗଡ଼ ଭାଙ୍ଗିଛି ଆଉ ଗର୍ବ ମଧ୍ୟ। ଦୁଇ ଦିନର ଭୋଟ ଗଣତି ପରେ ଯାହା ପରିଣାମ ହସ୍ତଗତ ହେଉଛି ସେଥିରୁ ସ୍ପଷ୍ଟ ହୋଇଯାଉଛି ଯେ ବିଜେଡି ଏଥର ନୂଆ ରେକର୍ଡ ସୃଷ୍ଟି କରିବ। ଚଳିତ ନିର୍ବାଚନ ଫଳାଫଳକୁ ନେଇ ବିରୋଧୀ ଦଳର ନେତା ମଧ୍ୟ ନବୀନଙ୍କ ସଫଳ ନେତୃତ୍ଵକୁ ଶ୍ରେୟ ଦେଇଛନ୍ତି। ମାସକ ମଧ୍ୟରେ ପୌର ନିର୍ବାଚନ ଥିବାରୁ ପଞ୍ଚାୟତ ଫଳାଫଳର ବଡ଼ ପ୍ରଭାବ ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।
ପଞ୍ଚାୟତ ନିର୍ବାଚନରେ ବିଜେଡି ରାଜ୍ୟର ବିକାଶକୁ ନେଇ ଲୋକଙ୍କ ପାଖକୁ ଯାଇଥିବା ବେଳେ ବିରୋଧୀ କିନ୍ତୁ ମୂଳରୁ ଭ୍ରମାତ୍ମକ ଥିବା ଦେଖାଯାଇଥିଲା। ରାଜ୍ୟ ତମାମ୍ ରକ୍ତପାତ, ଆଦର୍ଶ ଆଚରଣ ବିଧି, ଧମକ ଦେବାରେ ବିଜେପି ବ୍ୟସ୍ତ ରହିଥିବା ବିଜେଡି ଅଭିଯୋଗ କରିଥିଲା। ବାରମ୍ୱାର ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ଵାରସ୍ଥ ମଧ୍ୟ ହୋଇଥିଲା ଶାସକ ଦଳ। ତେବେ ବିରୋଧୀ ଦଳଙ୍କର ସବୁ ଉଦ୍ୟମ ଫସର ଫାଟି ଯାଇଛି।ଦକ୍ଷିଣରୁ ଉତ୍ତର, ଝାରସୁଗୁଡ଼ାରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ସବୁଠି ଉଡ଼ିଛି ଶଙ୍ଖ ଧ୍ୱଜା। ରାଜ୍ୟବାସୀ ଯେଉଁପରି ଭାବେ ପଞ୍ଚାୟତ ନିର୍ବାଚନରେ ବିଜେପି, କଂଗ୍ରେସ ଓ ଅନ୍ୟ ଦଳ ସମେତ ସ୍ଵାଧୀନ ପ୍ରାର୍ଥୀଙ୍କୁ ପ୍ରତ୍ୟାଖାନ କଲେ ତାହା ବିଜେଡି ମନରେ ନୂଆ ଉତ୍ସାହ ଭରି ଦେଇଛି। ବିଜେଡିକୁ ଆଶାଠାରୁ ଅଧିକ ଆସନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵ ଏବଂ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଗୋଟି ଚାଳନା ଆଗରେ ବିରୋଧୀ ଦଳ ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି।
ରେକର୍ଡ ବିଜୟ ଅଭିମୁଖେ ବିଜେଡି – Fast News Network

Comment