‘ଗଙ୍ଗୁବାଇ କାଥିଆୱାଡି’ ଚଳଚ୍ଚିତ୍ର ବିରୋଧରେ ଆବେଦନକୁ ଖାରଜ କଲେ କୋର୍ଟ

Odisha Hot News
1 Min Read

ମୁମ୍ବାଇ: ବମ୍ବେ ହାଇକୋର୍ଟ ବୁଧବାର ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଥିଆୱାଡି’ ବିରୋଧରେ ଆଗତ ଦୁଇଟି ଆବେଦନକୁ ଖାରଜ କରି ଦେଇଛନ୍ତି ଏବଂ ଏହା ବିରୋଧରେ ଆଉ ଏକ ଆବେଦନର ସମାଧାନ କରିଛନ୍ତି। ଖାରଜ ହୋଇଥିବା ଆବେଦନରେ କଂଗ୍ରେସ ବିଧାୟକ ଅମିନ ପଟେଲଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଅନ୍ତର୍ଭୁକ୍ତ। ତେବେ, ବମ୍ବେ ହାଇକୋର୍ଟ ହିତେନ ମେହେଟ୍ଟାଙ୍କ ଦ୍ୱାରା ଆଗତ ଅନ୍ୟ ଏକ ଆବେଦନକୁ ସମାଧାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ବିଧାୟକ ଅମିନ ପଟେଲ ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଥିଆୱାଡି’ର ନାମ ପରିବର୍ତ୍ତନ ପାଇଁ ଏକ ଆବେଦନ କରିଥିଲେ। ଏହି ଘଟଣାପରେ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଥିଆୱାଡି’ ଏକ ଆଇନଗତ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡ଼ିଥିଲା। ଆଗତ ଆବେଦନରେ କଂଗ୍ରେସ ବିଧାୟକ ଅମିନ ପଟେଲ ଅଭିଯୋଗ କରଥିଲେ ଯେ ଏହି ଚଳଚ୍ଚିତ୍ରରେ କାଥିଆୱାଡି ସମ୍ପ୍ରଦାୟକୁ ଖରାପ ଦୃଷ୍ଟିରେ ଦେଖାଇବା ସମୟରେ କାମାଥିପୁରାକୁ ଏକ ‘ରେଡ୍‌ ଲାଇଟ୍‌ ଏରିଆ’ ଭାବରେ ଭୁଲ ଭାବରେ ଉପସ୍ଥାପନ କରାଯାଇଛି।
ସଞ୍ଜୟ ଲୀଲା ଭନସାଲୀଙ୍କ ଦ୍ୱାରା ନିର୍ମିତ ‘ଗଙ୍ଗୁବାଇ କାଥିଆୱାଡି’ ଗଣଦୁଷ୍କର୍ମ ପରେ ବିକ୍ରି ହୋଇଥିବା ଜଣେ ମହିଳାଙ୍କୁ କେନ୍ଦ୍ର କରି ପ୍ରସ୍ତୁତ ହୋଇଛି। ସେ କିପରି ଅଣ୍ଡରୱାର୍ଲ୍‌ଡ ଏବଂ କାମଥିପୁଆ ରେଡ୍‌ ଲାଇଟ୍‌ ଅଞ୍ଚଳରେ ଜଣେ ବିଶିଷ୍ଟ ଏବଂ ପ୍ରସିଦ୍ଧ ହୁଅନ୍ତି ତାକୁ କେନ୍ଦ୍ରକରି ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି। ଏହି ଚଳଚ୍ଚିତ୍ରଟି ଫେବ୍ରୁଆରି ୨୫ରେ ପ୍ରେକ୍ଷାଳୟକୁ ଆସିବାର କାର୍ଯ୍ୟକ୍ରମ ରହିଛି।

Share This Article