ପରାଜୟ ଭୟରେ ହିଂସା ଆପଣାଉଛି ବିଜେପି: ବିଜେଡି

Odisha Hot News
1 Min Read

ଭୁବନେଶ୍ୱର: ପରାଜୟ ଭୟରେ ସାରା ରାଜ୍ୟରେ ହିଂସା ଆପଣାଉଛି ବିଜେପି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରି ବିଜେପି ଅନ୍ୟ ମୁଣ୍ଡରେ ଦୋଷ ଲଦୁଛି । ଏନେଇ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ଘାରିଛି ପରାଜୟ ଭୟ । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ । ଏହା ପୂର୍ବରୁ ବିଜେପି ସବୁଠି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି । ଗଞ୍ଜାମ ବିଜେପିର ସଭାପତି ବିଭୁତି ଭୂଷଣ ଜେନା ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ପୁରୀ ଜିଲ୍ଲା କଣାସରେ ଗତକାଲି ସାମ୍ବାଦିକଙ୍କ ଉପରେ ମାଡ଼ ମାରିଥିବା ପ୍ରସଙ୍ଗକୁ ମଧ୍ୟ ନିନ୍ଦା କରିବା ସହ ହିଂସା କରିଥିବା ବିଜେପି କର୍ମୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଖୋଲାଖୋଲି ଉଲ୍ଲଂଘନ କରୁଛି ବିଜେପି । ନିର୍ବାଚନ ବେଳେ ଭୋଜିଭାତ ସମ୍ପୂର୍ଣ୍ଣ ବାରଣ ଥିବାବେଳେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଗୋଳନ୍ଥରାର ଏକ ସରକାରୀ ବିଦ୍ୟାଳୟରେ ଭୋଜିଭାତ ଆୟୋଜନ କରିଛନ୍ତି । ଏନେଇ ମଧ୍ୟ ବିଜେଡି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇଛି । ସେହିଭଳି ନୋ କ୍ୟାମ୍ପେନ ସମୟ ୭ଟା ପରେ ଏକ ବିରାଟ ବାଇକ୍ ରାଲି ବାହାର କରି ମଡେଲ୍ କୋଡ୍ ଅଫ କଣ୍ଡକ୍ଟକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ବିଭୁତି ଭୂଷଣ ଜେନା । ଯାହାକୁ ନେଇ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି ।
Share on: WhatsApp

Share This Article