ଭଦ୍ରକ: ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ପଧାନୀ ସ୍କୁଲପଡ଼ିଆ ଠାରେ ମନୋଜ ମହାଳିକ ସ୍ମୃତି କମିଟି ପକ୍ଷରୁ ମନୋଜ ସ୍ମାରକୀ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଜାପିତ ହୋଇଯାଇଛି । ଆଜି ଆଇନାଲ ମ୍ୟାଚରେ କେସିଏ ଧାମନଗର ଓ ବିଏମ୍ଏସ୍ଏସ୍ ଝାଡ଼ଙ୍ଗ ଯାଜପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ଜିଣି ୨୦ଓଭରରେ ୪ଉଇକେଟ ହରାଇ ୨୫୩ରନ୍ କରିଥିବାବେଳେ ଯବାବରେ ବିଏମ୍ଏସ୍ଏସ୍ ଝାଡ଼ଙ୍ଗ ୨୦ଓଭରରେ ୯ଉଇକେଟ ହରାଇ ୧୯୦ରନ୍ କରି ପରାଜୟ ବରଣ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଅଧ୍ୟାପକ ବିଜୟ ଦାସଙ୍କ ସଭାପତିତ୍ୱରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ବିନୋଦ କୁମାର ନାୟକ ପୂର୍ବତନ ସମିତିସଭ୍ୟ ପ୍ରତାପ କୁମାର ସାମଲ, ସମିତିସଭ୍ୟ ମାନସ କୁମାର ବାରିକ ଓ ଧାମନଗର ପ୍ରେସ୍ କ୍ଳବର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ଅତିଥିଭାବେ ଯୋଗଦେଇ ଚମ୍ପିଆନ୍ ଓ ରନସ୍ ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିରାକାର ଧଳ, ଶରତ ସାହୁ, ହେମେନ୍ଦ୍ର ମହାନ୍ତି, ଶ୍ୟାମସୁନ୍ଦର ବାରିକ, ରବିନ୍ଦ୍ର ଜେନା, ସରୋଜ ଧଳ ଓ ଲଲାଟେନ୍ଦୁ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଖେଳରେ ପ୍ଲେୟର ଅପ୍ଦ ମ୍ୟାଚ ସତ୍ୟକାନ୍ତ ଭରଦୱାଜ ପ୍ଲୋୟାର ଅପ୍ଦ ସିରିଜ କ୍ଷମାସାଗର ବଳ ମନୋନୀତ ହୋଇଥିଲେ । ଅମୀୟ ସାହୁ ଓ ସ୍ମୃତି ରଂଜନ ଧଳ ଅମ୍ପେୟାର ଥିବାବେଳେ ସନ୍ତୋଷ କୁମାର ଜେନା ଧାରାବିବରଣୀ ପ୍ରଦାନ କରିଥିଲେ । ଶେଷରେ ମାନସ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ ।
ମନୋଜ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ କେସିଏ ଚମ୍ପିୟାନ୍
You Might Also Like
- Advertisement -

Comment