ବାଜି ମାରିଲେ ଅର୍ଜୁନ

Odisha Hot News
1 Min Read

ମୁମ୍ବଇ: ଷ୍ଟଣ୍ଟ୍‌ ଭିତ୍ତିକ ରିଆଲିଟି ଶୋ ‘ଖତରୋଁ କେ ଖିଲାଡ଼ି ସିଜନ୍‌-୧୧’ର ବିିଜେତା ହୋଇଛନ୍ତି ଅର୍ଜୁନ ବିଜଲାନୀ। ଏଥିସହ ଦିବ୍ୟାଙ୍କା ତ୍ରିପାଠୀ ପ୍ରଥମ ରନର୍ସ ଅପ୍‌ ହୋଇଛନ୍ତି। ଫିନାଲେରେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଦିବ୍ୟାଙ୍କା ଶୋ’ର ବିଜୟିନୀ ହେବାର ଅଧିକ ସମ୍ଭାବନା ରହିଥିଲେ ମଧ୍ୟ ଶେଷରେ ବିଜେତା ଟ୍ରଫି ହାତେଇ ନେଇଛନ୍ତି ଅର୍ଜୁନ। ମଙ୍ଗଳବାର ଏହାର ଫାଇନାଲ୍ ଏପିସୋଡ୍ ମୁମ୍ବଇରେ ଶୁଟ୍‌ କରାଯାଇଥିଲା, ଯେଉଁଥିରେ ଅର୍ଜୁନଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ତେବେ ଟିଭିରେ ଶୋ’ର ଗ୍ରାଣ୍ଡ ଫିନାଲେ ଏପିସୋଡ଼୍‌ ପ୍ରସାରିତ ହୋଇ ନ ଥିବାରୁ ଆନୁଷ୍ଠାନିକ ଭାବେ ଏନେଇ ଘୋଷଣା କରାଯାଇ ନାହିଁ। ୨୫-୨୬ ସେପ୍ଟେମ୍ବରରେ ଫିନାଲେ ଏପିସୋଡ଼୍‌ ଟିଭିରେ ପ୍ରସାରିତ ହେବ। ଟିଭି​‌ରେ ପ୍ରସାରିତ ହେବା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରିଦିଆ ଯାଇଛି।

Share This Article