ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।
ମିଳିଥିବା ସୂଚନା ଅନୁଯାୟୀ, ମଦ ବ୍ୟବସାୟୀ ବିନାୟକ ପ୍ରଧାନ ଠାକୁରାଣୀ ମନ୍ଦିର ନିକଟରେ ରାତିରେ ଶୋଇଥିଲା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କର ବାଲି ବ୍ୟବସାୟ ବି ଥିଲା। ଗାଁର କିଛି ଯୁବକ ବିନାୟକ ଗଣେଶ ପୂଜା ଚାନ୍ଦା ମାଗିଥିଲେ, ମାତ୍ର ସେ ଦେଇନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ଯୁବକମାନେ ବିନାୟକ ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ପୁଲିସ୍ ୩ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।
Comment