ଭୁବନେଶ୍ୱର: ନୂଆ ବର୍ଷରେ ନୂଆ ଉପହାର। ଏଣିକି ମିସ୍ଡକଲ୍ ଦେଇ ରିଫିଲିଂ ପାଇଁ ବୁକ୍ କରିପାରିବେ ଏଲ୍ପିଜି ଗ୍ୟାସ୍। ନୂଆ କନେକ୍ସନ ବି ନେଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ୍ ଇଣ୍ଡିଆ ଭିସନ୍କୁ ଆଗକୁ ବଢ଼ାଇବାକୁ ଆଜି ଏଭଳି ଏକ ନୂଆ କୌଶଳର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଣ୍ଡେନ ଏଲ୍ପିଜି ଗ୍ୟାସ୍ ଜାଳୁଥିବା ଗ୍ରାହକଙ୍କ ପାଇଁ ଏହା ନୂଆ ବର୍ଷ ଉପହାର କହିଲେ ଅତ୍ୟୁକ୍ତି ହେବନି।
ଗତକାଲି ଭୁବନେଶ୍ୱରରେ ଏହି ସେବାର ଶୁଭାରମ୍ଭ ହୋଇଛି। ଏବେ ଯେକୌଣସି ଗ୍ରାହକ ୮୪୫୪୯୫୫୫୫୫ ନମ୍ବରରେ ମିସ୍ଡକଲ୍ କରି ଗ୍ୟାସ୍ ରିଫିଲିଂ ପାଇଁ ବୁକିଂ କରାଇପାରିବେ। ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
କେବଳ ଭୁବନେଶ୍ୱର ନୁହେଁ ଦେଶର ଅନ୍ୟ ୬ଟି ସହରରେ ମଧ୍ୟ ଏହି ସେବାର ଶୁଭାରମ୍ଭ ହୋଇଛି। ସେହି ସହରଗୁଡ଼ିକ ହେଲା ଚେନ୍ନାଇ,ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା, କୋଚି, ଇନ୍ଦୋର।
ମିସ୍ଡକଲ୍ ସେବାର ଶୁଭାରମ୍ଭ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗତ ୬ ବର୍ଷରେ ଓଡ଼ିଶାରେ ଏଲ୍ପିଜି କନେକ୍ସନ ୨୨ ପ୍ରତିଶତରୁ ବଢ଼ି ଏବେ ୮୦ ପ୍ରତିଶତ ଘରେ ଗ୍ୟାସ୍ ପହଞ୍ଚିଛି। ଏଥିରୁ ମହିଳାମାନେ ଲାଭବାନ ହୋଇଛନ୍ତି। ତେବେ ଖୁବ୍ଶୀଘ୍ର ଶତପ୍ରତିଶତ ଘରେ ଗ୍ୟାସ୍ ପହଞ୍ଚାଇବାକୁ ଉଦ୍ୟମ ଜାରି ରହିଛି। ଏହାଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ହେବା ସହିତ ସଂଚୟ ବଢ଼ିବ। ଚୁଲି ଥିବା ସମୟରେ ମହିଳାମାନେ ସକାଳୁ ରାତି ପର୍ଯ୍ୟନ୍ତ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ୫ ଘଣ୍ଟା ସମୟ ଲାଗୁଥିଲା। ଏବେ ଦୁଇ ଘଣ୍ଟାରୁ କମ୍ ସମୟରେ ହୋଇଯିବ। ଫଳରେ ଅନେକ ସମୟ ବଞ୍ଚିଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ଆହୁରି ପଢ଼ନ୍ତୁ
Comment