ମାନସିକ ରୋଗ ବିଭାଗରେ ଆଡମିଟ୍‌ ହେଲେ ବିଦ୍ୟାଶ୍ରୀ…

Odisha Hot News
1 Min Read

ଭୁବନେଶ୍ବର : ସାମାଜସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଉପରୁ ପରଦା ଏପର୍ଯ୍ୟନ୍ତ ଉଠି ନାହିଁ। କିନ୍ତୁ ଏପଟେ ତାଙ୍କ ପତ୍ନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକିଛି ଦିନ ତଳେ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ବିଦ୍ୟାଶ୍ରୀ ଉଦ୍ୟମ କରିଥିଲେ। ତାଙ୍କୁ କଟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଦ୍ୟାଶ୍ରୀ ମାନସିକସ୍ତରରେ ଅସୁସ୍ଥ ହୋଇଯାଇଥିବା ମେଡିସିନ୍‌ ବିଭାଗ ଡାକ୍ତର ଅନୁଧ୍ୟାନ କଲା ପରେ ତାଙ୍କୁ ମାନସିକ ରୋଗ ବିଭାଗରେ ଭର୍ତ୍ତି କରିବା ପାଇଁ ସୁପାରିଶ କରାଯାଇଥିଲା ।

ସେହି ଆଧାରରେ ବିଦ୍ୟାଶ୍ରୀଙ୍କୁ ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି। ଏବେ ବିଦ୍ୟାଶ୍ରୀଙ୍କୁ ନିଦ ଇଞ୍ଜେସକନ ଦିଆଯାଉଛି । ମେଡିକାଲ୍‌ର ୩ଜଣ ସୁରକ୍ଷା କର୍ମୀ ତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଉଛନ୍ତି । ବିଦ୍ୟାଶ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଥିବା ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ୱାଇଁ କହିଛନ୍ତି ।

Share This Article