ଦୀର୍ଘ ନଅ ମାସ ପରେ ଆଜି ସକାଳୁ ଖୋଲିଲା ପୁରୀ ଶ୍ରୀମନ୍ଦିର

Odisha Hot News
1 Min Read

ପୁରୀ: ଦୀର୍ଘ ନଅ ମାସ ପରେ ବୁଧବାର ସକାଳେ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ପୁରୀ ଶ୍ରୀମନ୍ଦିର ଖୋଲିଛି। ଆଜି କେବଳ ଶ୍ରୀମନ୍ଦିରର ସେବାୟତ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଦିଅଁ ଦର୍ଶନର ସୁଯୋଗ ମିଳିଛି।

ଆଜି ପାହାନ୍ତା ୪.୫୦ରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବା ପରେ ୫.୨୫ରେ ଭିତର ଶୋଧ କରାଯାଇଥିଲା। ଏହା ପରେ ୫.୩୫ରେ ମଙ୍ଗଳ ଆଳତି, ୫୪୦ରେ ମଇଲମ, ୬ଟାରେ ରୋଷ ହୋମ ଓ ତଡ଼ପଲାଗି ହୋଇଥିଲା। ୬.୪୫ରେ ଅବକାଶ ପୂଜା ଶେଷ ହେବା ପରେ ୬.୫୦ରେ ପୁଣି ମଇଲମ୍‌ ହୋଇଥିଲା। ସୂର୍ଯ୍ୟପୂଜା ପରେ ସକାଳ ୭.୩୦ରେ ଦିଅଁ ଦର୍ଶନ ଆରମ୍ଭ ହୋଇଥିଲା।

ଚାରିଦ୍ୱାର ଦେଇ ସେବାୟତ ଏବଂ ସେମାନଙ୍କ ପରିବାର ଲୋକେ ଶ୍ରୀନ୍ଦିର ମଧ୍ୟକୁ ଯାତାୟାତ କରୁଛନ୍ତି। ମନ୍ଦିରର ସାତ ପାହାଚ ଦେଇ ନାଟ ମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେମାନେ ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ମନ୍ଦିର ପ୍ରବେଶ ନିମନ୍ତେ ସେମାନଙ୍କ ପାଇଁ ବୀମା ଓ ଆଧାରକାର୍ଡ ଦେଖାଇବା ବାଧ୍ୟତାମୂଳକ କରାଯାଇଛି।

Share This Article