ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି : ମୁଖ୍ୟ ଶାସନ ସଚିବ

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ୯ ମାସ ପରେ ରାଜ୍ୟର ସମସ୍ତ ମନ୍ଦିରଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି। ବିଭିନ୍ନ ଜିଲ୍ଲାର ଧର୍ମପୀଠଗୁଡ଼ିକ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟୁଇଟ୍ କରି ସୂଚନା ଦେଇଛନ୍ତି।

ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ଜିଲ୍ଲାପାଳମାନଙ୍କୁ ଆଗରୁ କ୍ଷମତା ଦିଆଯାଇଛି । ଆଲୋଚନା ପରେ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ନିର୍ଦ୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇପାରିବେ। ତେବେ ମନ୍ଦିର ଖୋଲିବା ପରେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି ।

Share This Article