ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବେ ଓଡ଼ିଶା ଲୋକାୟୁକ୍ତ

Odisha Hot News
1 Min Read

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଲୋକାୟୁକ୍ତ ତଦନ୍ତ କରିବେ ବୋଲି ଜଣାଯାଇଛି। ଏହି ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ କରିଛନ୍ତି। ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ରାଜ୍ୟ ସରକାର ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା ସୁପାରିସ କରିଛନ୍ତି।

ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ, ରାୟ ସଂରକ୍ଷିତ । ଭୁବନେଶ୍ୱର ADJ-୩ କୋର୍ଟରେ ଶୁଣାଣି ଜାମିନ ଆବେଦନର ଶୁଣାଣି ହୋଇଥିଲା । ସରକାରୀ ଓ ପ୍ରଦୀପଙ୍କ ଓକିଲ ସେମାନଙ୍କ ଯୁକ୍ତି ରଖିଥିଲେ । ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ପ୍ରଦୀପଙ୍କ ବିରୋଧରେ ବିରୋଧରେ ଆଇପିସି ଧାରା ୪୧୯- ଅନ୍ୟର ପରିଚୟ ଦେଇ ଠକେଇ, ଧାରା ୪୨୦-ଠକେଇ, ଧାରା ୪୬୭-ଦସ୍ତାବିଜ ଜାଲିଆତି କରିବା ଯାହା ସୁରକ୍ଷା ପାଇଁ ବିପଦ, ଧାରା ୪୬୮- ଠକେଇ ଉଦ୍ଦେଶ୍ୟରେ ଜାଲିଆତି କରିବା, ଧାରା ୪୬୯-ସମ୍ମାନହାନୀ ପାଇଁ ଜାଲିଆତି କରିବା, ଧାରା ୧୨୦-ବି ଅପରାଧିକ ଷଡ଼ଯନ୍ତ୍ର ସହ ଆଇଟି ଆକ୍ଟର ସେକ୍ସସନ ୬୬-ସି ଓ ଡିରେ ଗିରଫ କରାଯାଇଛି । ପ୍ରଦୀପ ପାଣିଗ୍ରାହୀଙ୍କ କାରନାମା ଧିରେ ଧିରେ ପଦାକୁ ଆସୁଛି । ଚଳିତ ଆର୍ଥିକ ବର୍ଷର ୭ ମାସରେ ତାଙ୍କର ଗୋଟିଏ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଜମା ଖବର ସମସ୍ତଙ୍କୁ ହତଚକିତ କରିଛି । ଏହାସହ ଧିରେଧିରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

Share This Article