ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀ ଗଜାନନ ମେହେରଙ୍କ ମୃତଦେହ ଠାବ ହୋଇଛି। ପାଖାପାଖି ୧୭ ଦିନ ପରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଦେଓଗାଁ ଓ ପାଟଣାଗଡ଼ ଥାନା ସୀମାରେ ଥିବା ମୁଦଘାଟ- ଚିପାକାନୀ ଜଙ୍ଗଲରେ ତାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଏକ ବାଇକ୍ ମଧ୍ୟ ଥିବା ଦେଖିବାକୁ ମିଳିଛି। ଦେଓଗାଁ ପୋଲିସ୍ ଓ ଗଜାନନଙ୍କ ପରିବାର ଘଟଣାସ୍ଥଳକୁ ଯାଇ ମୃତଦେହକୁ ଚିହ୍ନଟ କରିଛନ୍ତି।
ସୂଚନାଯୋଗ୍ୟ, ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ୫ ତାରିଖ ଶୁକ୍ରବାର ସକାଳୁ ଘରୁ ବାହାରି ଆଉ ଫେରି ନଥିଲେ। ସେ ତାଙ୍କ ମା’ଙ୍କୁ ପାଟଣାଗଡ଼ ଯାଉଥିବା କହିଥିଲେ। ଖୋଜା ଖୋଜି କରି ନପାଇବାରୁ ୬ ତାରିଖ ଦେଓଗାଁ ଥାନାରେ ତାଙ୍କ ବାପା ସାରଙ୍ଗ ମେହେର ଅଭିଯୋଗ କରିଥିଲେ। ତାଙ୍କ ପରିବାର ଲୋକଙ୍କ ସହ ଦେଓଗାଁ ପୁଲିସ ବିଭିନ୍ନ ସ୍ଥାନକୁ ଯାଇ ଖୋଜିଥିଲା। ହେଲେ କୌଣସି ପତ୍ତା ମିଳି ନଥିଲା। ୯ ତାରିଖ ସନ୍ଧ୍ୟାରେ ନିଖୋଜ ଗଜାନନଙ୍କ ବଡ଼ଭାଇ ଗୌତମ ମେହେର ଦେଓଗାଁ ଥାନାରେ ସାରସବାହାଲ ଗାଁର ଶିର ରଣା ଅପହରଣ କରିଥିବା ନେଇ ଅନ୍ୟ ଏକ ଅଭିଯୋଗ କରିଥିଲେ।
Comment