ସାର୍ବଜନୀନ ସ୍ଥାନରେ ବନ୍ଦ ରହିବ ଗଶେଷ ପୂଜା : ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

Odisha Hot News
1 Min Read

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ସାର୍ବଜନୀନ ସ୍ଥାନରେ ବନ୍ଦ ରହିବ ଗଣେଷ ପୂଜା। ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଜିଲ୍ଲାବାସୀଙ୍କୁ ସଚେତନ କରାଯାଇଛି। ଏଭଳି ନିଷ୍ପତ୍ତି ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ସେହିପରି ଟ୍ବିନ୍ ସିଟିରେ ଗଣେଷ ପୂଜା ଉପରେ କଟକଣା ଜାରି କରାଯାଇଛି। ଗଣେଷ ପୂଜା ସଂପର୍କରେ ହାଇକୋର୍ଟ ରାୟ  ପ୍ରଦାନ କରିଛନ୍ତି। କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ଯେ, ଗଣେଷ ପୂଜା ହେବ କି ନାହିଁ, ସେହି ସଂପର୍କରେ ସ୍ଥାନୀୟ ପ୍ରଶାସନ ପୂଜା ଆୟୋଜନ ନିଷ୍ପତ୍ତି ନେଇ ପାରିବେ। ପୂଜା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବେ। ପୂଜା ଆୟୋଜନ ଅନୁମତି ପାଇଁ ଜନସ୍ବାର୍ଥ ମାମଲା ବୁଢ଼ା ଗଣେଷ ପୂଜା କମିଟି କରିଥିଲା।

Share This Article