ନୟାଗଡ : ପ୍ରତିକ୍ଷାର ଅନ୍ତ । ନୟାଗଡ଼ ଟାଉନରୁ ମହୀପୁର ଯାଏ ଗଡିଲା ଟ୍ରେନ୍ । ନୟାଗଡ଼ ଟାଉନ୍ ରେଳ ଷ୍ଟେସନ୍ରେ ନୟାଗଡ଼ ଟାଉନ୍ ଓ ମହିପୁର ନୂଆ ରେଳ ଲାଇନ୍ର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ଠାରୁ ନିଦ୍ଧାରିତ ସମୟରେ ଟ୍ରେନ ଚଳାଚଳ କରିବେ । ନୟାଗଡରୁ ମହୀପୁରକୁ ମାତ୍ର ୧୨ କିଲୋମିଟର ଟ୍ରେନ ଲାଇନକୁ ସଂପୂର୍ଣ୍ଣ କରିବାକୁ ଦେଢ ବର୍ଷ ସମୟ ଲାଗିଥିବା ବେଳେ ପ୍ରାୟ ୧୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି । ସେପଟେ ଖୋର୍ଦ୍ଧା-ବଲାଙ୍ଗିର ମଧ୍ୟରେ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଥିବା ବେଳେ ୨୦୨୧ ମାର୍ଚ୍ଚ ସୁଦ୍ଧା ରେଳ ଲାଇନ କାମ ସଂପୂର୍ଣ୍ଣ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ପ୍ରତିକ୍ଷାର ଅନ୍ତ, ନୟାଗଡ଼ ଟାଉନରୁ ମହୀପୁର ଯାଏ ଗଡିଲା ଟ୍ରେନ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Bryantgal on ଘରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ !
- Jimimilm on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- Georgetop on ଦଶପଲ୍ଲାରେ ମାଓ ପୋଷ୍ଟର ଜବତ
- Ryanaporo on Architecture beach blue chairs
- Davidmeafe on ଜାମ୍ମୁକାଶ୍ମୀରରେ ଆଜିଠୁ ଲାଗୁ ହେଲା ରାଷ୍ଟ୍ରପତି ଶାସନ
