ସର୍ବଦା ହେଲ୍ଦି ଫୁଡ୍ ବା ନିରୋଗୀ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତା’ସହ ସମୟ ଅନୁସାରେ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ହେଲେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଖାଲି ପେଟରେ ଖାଇଲେ ଶରୀର ବିଗିଡି ଯାଇଥାଏ।
-କଦଳୀ ଶରୀର ପାଇଁ ଖୁବ୍ ଭଲ। ଏଥିରେ ରହିଛି ଭରପୂର ମାତ୍ରାରେ ପୋଷକ ତତ୍ତ୍ୱ। ହେଲେ ଏହାକୁ ଖାଲି ପେଟରେ ଖାଇଲେ ରକ୍ତରେ ମାଗ୍ନେସିୟମର ମାତ୍ରା ବଢିଯାଇଥାଏ। ଏହାପରେ ରକ୍ତରେ କ୍ୟାଲସିୟମ ଓ ମାଗ୍ନେସିୟମର ସନ୍ତୁଳନ ଠିକ୍ ନ ରହିବା ଫଳରେ ଛାତି ଓ ପେଟ ପୋଡିବା ଆରମ୍ଭ ହୋଇଥାଏ।
-ଅଧିକାଂଶ ଲୋକ ସକାଳୁ ବିଛଣାରୁ ଉଠି ଖାଲି ପେଟରେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଏଥିରେ ଥିବା କଫିନ୍ ଶରୀରରେ ଅନେକ କ୍ଷତି କରିଥାଏ। ତେଣୁ ସର୍ବଦା ଚା’ ବା କଫି ପିଇବା ପୂର୍ବରୁ ଏକ ଗ୍ଲାସ ପାଣି ପିଇବା ଭଲ।
-କେବେ ବି ଖାଲି ପେଟରେ କୌଣସି ଔଷଧ ଖାଇବା ଅନୁଚିତ୍। କାରଣ ଖାଲି ପେଟରେ ଔଷଧ ଖାଇଲେ ଶରୀରରେ ଏସିଡ୍ର ପରିମାଣ ବୃଦ୍ଧି ପାଇଥାଏ। ଯାହା ଅନେକ ସମସ୍ୟା ସୃଷ୍ଟି କରେ।
-ଖାଲି ପେଟରେ ଟମାଟୋ ଖାଇବା ଭଲ ନୁହେଁ । କାରଣ ଏଥିରେ ପ୍ରଚୁର ପରିମାଣରେ ଏସିଡ୍ ରହିଛି। ତେଣୁ ଖାଲି ପେଟରେ ଟମାଟୋ ଖାଇବା ଫଳରେ ଶରୀରରେ ୨ ପ୍ରକାର ଏସିଡ୍ ପରସ୍ପର ଭିତରେ ପ୍ରତିକ୍ରିୟା ସୃଷ୍ଟି କରିଥାଆନ୍ତି। ଏହା ଫଳରେ ଷ୍ଟୋନ ବା ପଥୁରୀ ସମସ୍ୟା ଦେଖାଦେଇଥାଏ।

coworking space for individuals coworking space dubai