ମୁମ୍ବାଇ : ମହାରାଷ୍ଟ୍ରର ଶିବସେନା ସରକାର ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଟାର୍ଗେଟ କରିଛନ୍ତି। ସାମ୍ନାର ସମ୍ପାଦକୀୟରେ ଶିବସେନା ଲେଖିଛି ଏବେ ଔଷଧର ଦାମ୍ ମହଙ୍ଗା ହେବା ଫଳରେ ମୃତ୍ୟୁ ଯେମିତି ଶସ୍ତା ହୋଇଗଲା ପରି ମନେହେଉଛି। ମୋଦୀ ସରକାରଙ୍କ ଏହି ନୀତିକୁ ନେଇ ଶିବସେନା ପ୍ରଶ୍ନ ଉଠାଇଛି। ସେ କହିଛି ସାଧାରଣ ଜନତା ଅଧାପେଟ ଖାଇ ରହି ପାରିବେ ହେଲେ ଜରୁରୀ ଔଷଧକୁ କେମିତି ଛାଡି ପାରିବେ। ତେଣୁ ଔଷଧ ଦାମ୍ରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଏହା ଏବେ ସାଧାରଣ ଜନତାଙ୍କ ବଞ୍ଚିବାକୁ ମହଙ୍ଗା କରିଦେବା ସହ ମୃତ୍ୟୁକୁ ଶସ୍ତା କରିଦେଇଛି ବୋଲି ଶିବସେନା କହିଛି।
ମୋଦିଙ୍କୁ ଟାର୍ଗେଟ କଲା ଶିବସେନା: ‘ଔଷଧ ମହଙ୍ଗା, ମୃତ୍ୟୁ ହେଲା ଶସ୍ତା’
Leave a Comment
Leave a Comment
- Advertisement -
