ଭୁବନେଶ୍ୱର : ଭୁବନେଶ୍ୱର ଗସ୍ତ ଅବସରରେ ଇସ୍ରୋର ଅଧ୍ୟକ୍ଷ ଡ. କେ. ଶିବନ ଶନିବାର ସନ୍ଧ୍ୟାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି। ସନ୍ଧ୍ୟା ସାଢେ ୬ଟାରେ ଲିଙ୍ଗରାଜ ମନ୍ଦିର ମୁଖଶାଳାଠାରେ ପହଞ୍ଚତ୍ବା ପରେ ତାଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଦର୍ଶନ କରିବା ସହ ପାର୍ଶ୍ୱ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ। ଏହି ଅବସରରେ ସେ ମନ୍ଦିରର କଳା, କାରୁକାର୍ଯ୍ୟ, ଐତିହ୍ୟ ଓ କୀର୍ତ୍ତିରାଜି ସମ୍ବନ୍ଧରେ ତାଙ୍କୁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧିକାରୀ ପ୍ରଦୀପ କୁମାର ସାହୁ ଅବଗତ କରାଇଥିଲେ। ଆଜିର ପାଳିଆ ସେବାୟତମାନେ ତାଙ୍କୁ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ନିକଟରେ ପହଞ୍ଚାଇ ପୂଜାର୍ଚ୍ଚନା କରାଇଥିଲେ। ମନ୍ଦିର ବାହାରେ ସେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁ ଓ ସେବାୟତଙ୍କୁ ତାଙ୍କର ଜୟଗାନ କରିଥିଲେ। ଭାରତ ମହାଶୂନ୍ୟ ଓ ରକେଟ ଗବେଷଣା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଇସ୍ରୋ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରୁ ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲାପାଳ ଅରୁଣ ବେହେରା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସମେତ ସମସ୍ତ ସେବାୟତ ଉପସ୍ଥିତ ଥିଲେ।
ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍
- Advertisement -

изготовление шкафов на заказ шкаф купе на заказ
сайт стоматологии москва стоматология новослободская