ମୁମ୍ବାଇ: କରୋନା ଭାଇରସ୍ ଯୋଗୁଁ ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏଠାରେ ୩,୬୦୦ରେ ପହଞ୍ଚିଛି। ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ରାଜ୍ୟରେ ସମସ୍ତ ମାମଲା ମଧ୍ୟରୁ ୭୦ ପ୍ରତିଶତଙ୍କ କ୍ଷେତ୍ରରେ ଲକ୍ଷଣ ଦେଖିବାକୁ ମିଳିନି। ଅନେକ କ୍ଷେତ୍ରରେ ମଧ୍ୟ ରୋଗୀ ଜାଣିପାରୁନାହାନ୍ତି ଯେ ସେମାନେ କରୋନା ସଂକ୍ରମିତ ହୋଇଛନ୍ତି। ତେଣୁ ଉଦ୍ଧବ ଠାକ୍ରେ ରାଜ୍ୟବାସୀଙ୍କୁ ଅନୁରୋଧ କରି କହିଛନ୍ତି, ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ କରୋନାର ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାନ୍ତୁ। ପ୍ରାୟ ୭୦- ୭୫ ପ୍ରତିଶତ ରୋଗୀଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖାଦେଉନି। ୫୨ ପ୍ରତିଶତ ରୋଗୀ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ରହୁଛନ୍ତି। ଅନେକ ମଧ୍ୟ ବହୁ ବିଳମ୍ବରେକରୋନା ସଂକ୍ରମିତ ହୋଇଥିବା ଜାଣୁଛନ୍ତି। ତେଣୁ ଏଦିଗରେ ଅଧିକ ସଚେତନ ହେବାପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦ୍ଧବ କହିଛନ୍ତି, ଆମ ସଂସ୍କୃତି ହେଉଛି ପରସ୍ପର ପରସ୍ପରକୁ ସହଯୋଗ କରିବା। ତେଣୁ ସାମାଜିକ ବାସନ୍ଦ ହେବାନେଇ ଆଦୌ ଭୟ କରନା। ସେହିପରି ଉଦ୍ଧବ ଠାକ୍ରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଆଶ୍ବାସନା ଦେଇଛନ୍ତି। ଲକ୍ଡାଉନ୍ ଉଠିଲେ ସମସ୍ତଙ୍କୁ ଘରେ ପହଞ୍ଚାଇବାପାଇଁ ବ୍ୟବସ୍ଥା କରାଯିବ ବୋଲି ଠାକ୍ରେ କହିଛନ୍ତି। ତେବେ ଘରକୁ ଫେରିବାବେଳେ ସମେସ୍ତ ଭୟରେ ନୁହେଁ ଖୁସିରେ ଫେରିବେ ବୋଲି ସେ କହିଛନ୍ତି।
୭୦%ରୁ ଅଧିକ ମାମଲାରେ କୌଣସି ଲକ୍ଷଣ ନାହିଁ: ଊଦ୍ଧବ ଠାକ୍ରେ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- AmunRa Casino on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- Amun Ra on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- Amun Ra Casino on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- implicit declaration of function gettimeofday is invalid in c99 on ମାତିଛନ୍ତି ଅଦୃଶ୍ୟ ଲୁଟେରା; ଦିବା ଲୋକରେ ବ୍ୟାଙ୍କ ସମ୍ନାରୁ ଡ଼ିକି ଭାଙ୍ଗି ଲୁଟି ନେଲେ !
