ଫେବୃଆରୀ 17 ତାରିଖ ୨୦୧୯ମସିହା
ମେଷ
ଆଜିର ଗ୍ରହ ସ୍ଥିତି ପ୍ରକାରେ ଆପଣ କର୍ମମୁଖର ରହିବେ ଏବଂ ବନ୍ଧୁମିଳନ ଅବଶ୍ୟ ଘଟିବ, ଦ୍ୱିଜା ନକ୍ଷତ୍ର ପାରିବାରିକ ଅସହଯୋଗରୁ ଚିନ୍ତିତ ରହିପାରନ୍ତି। ଆକସ୍ମିକ ପିଲାଙ୍କ ସମସ୍ୟା ସମାଧାନ କଥା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ।
ବୃଷ
ଅନିୟମିତ ଆହାର ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ। ରବିଙ୍କ ସ୍ଥିତି ଜନିତ କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ସାଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। ଆଲୋଚନା ଅବସରରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇରହିବା ଭଲ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ।
ମିଥୁନ
ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ହେତୁ ଅର୍ଥପ୍ରାପ୍ତିରେ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁମାନଙ୍କ ସହ ଭ୍ରମଣ ସାଙ୍ଗକୁ ଆଜି ଦିନଟିରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ଆପଣଙ୍କ କାର୍ଯ୍ୟଶୈଳୀର ପ୍ରଶଂସାକରି ମିତ୍ରମାନେ ପ୍ରଶଂସା ଗାଇବୁଲିବେ। ସାହିତ୍ୟ, ସଙ୍ଗୀତ ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିପାରେ।
କର୍କଟ
ଦେବଗୁରୁଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ପ୍ରାଥମିକ ସ୍ତରରେ କିଛିଟା ସମସ୍ୟା ଦେଖାଦେଲେ ମଧ୍ୟ ତାହା ବେଶି ସମୟ ତିଷ୍ଠି ରହିବ ନାହିଁ। ବାରମ୍ବାର ପାଇବା ଜିନିଷର ଅନିଶ୍ଚିତତା ମନରେ ଗଭୀର ଆଲୋଡ଼ନ ସୃଷ୍ଟି କରିବ। ଜମା ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିପାରନ୍ତି।
ସିଂହ
ଭୁଲ୍ ବୁଝାମଣା କିମ୍ବା ମତାନ୍ତର ଜନିତ ପରିବାରରେ ଅଥବା କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। କିନ୍ତୁ ବନ୍ଧୁମାନଙ୍କ ହସ୍ତକ୍ଷେପ ଫଳରେ ଦୀର୍ଘଦିନରୁ ରହି ଆସିଥିବା ସମସ୍ୟା ସମାଧାନ ହୋଇଯିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ଭ୍ରମଣ ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
କନ୍ୟା
ବୃହସ୍ପତିଙ୍କ ପ୍ରଭାବରେ ସମ୍ପର୍କୀୟମାନଙ୍କ ସହ ସମ୍ପର୍କରେ ତିକ୍ତତା ପରିଲକ୍ଷିତ ହେବ। କର୍ମକ୍ଷେତ୍ରରେ ଅସୂୟା ଜନିତ ଶତ୍ରୁତା ଯୋଗୁ ସାମୟିକ ବିଚଳିତବୋଧ କରିପାରନ୍ତି। ପାରିବାରିକ ପରିସ୍ଥିତି ପୂର୍ବ ପରି ଗମ୍ଭୀର ରହିବ, କିନ୍ତୁ ଉତ୍ତେଜିତ ହୋଇ କୌଣସି ପଦକ୍ଷେପ ନେବା ପୂର୍ବରୁ ପୁନର୍ବାର ବିଚାର କରିବା ଭଲ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଆସିବେ।
ତୁଳା
ଆଜିର ଯାତ୍ରା,ବାଣିଜ୍ୟ,ବ୍ୟବସାୟ କ୍ଷେତ୍ର ସମସ୍ୟା ବହୁଳ ହୋଇପାରେ। ଅବଶ୍ୟ ସାମାଜିକ ସ୍ତରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ଏବଂ କର୍ମକ୍ଷେତ୍ର ମଧ୍ୟ ପୂର୍ବବତ୍ ରହିବ। ସହକର୍ମୀଙ୍କ ଜରିଆରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସଭାସମିତିରେ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ।
ବିଛା
ଆନୁଷ୍ଠାନିକ କାମ ସକାଶେ ଆଜି ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ। ଶୁଭକାର୍ଯ୍ୟରେ ଯୋଗଦେଇ ଦୀର୍ଘଦିନର ଅଦେଖା ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପରିବାରର ଛୋଟ ଛୋଟ କଥାକୁ ନେଇ ତର୍କ କରିବା ଠିକ୍ ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ପ୍ଳଟିଂ ବ୍ୟବସାୟ, ଶେୟାର ବଜାର,ରାଜନୀତି ପାଇଁ ଦିନଟି ବହୁତ ଭଲ।
ଧନୁ
ପାରିବାରିକ ସମସ୍ୟା ପ୍ରାୟତଃ ଲାଗି ରହୁଥିବାରୁ ଅତୀତ କଥାକୁ ସ୍ମରଣକରି ମାନସିକ ସ୍ଥିତି ଭଲ ରହିବ ନାହିଁ। ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରିପାରିବେ ନାହିଁ। ପରିସ୍ଥିତି ଯେତେ ଗମ୍ଭୀର ହେଉନା କାହିଁକି, ଆପଣଙ୍କ ମନର ବଳ ଖୁବ୍ ଟାଣ ରହିବ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିପାରନ୍ତି।
ମକର
ସ୍ବଗୃହାଭିମୁଖୀ ଶନିଙ୍କ ପ୍ରଭାବରେ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କର୍ମକ୍ଷେତ୍ରସ୍ଥ ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗ ରହିଛି। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟାକରି ଉପହସିତ ହୋଇପାରନ୍ତି।
କୁମ୍ଭ
କର୍ମକ୍ଷେତ୍ରରେ ସମସ୍ୟାକୁ ନିୟନ୍ତ୍ରଣ କରିବା ସକାଶେ ପ୍ରିୟ କଥା କହି ପରିସ୍ଥିତି ସୁଧାରି ନେବେ। ସରଳ ବିଶ୍ୱାସ ଜନ୍ମାଇ ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଘରୋଇ କଳିରୁ ପାରିବାରିକ ଅସ୍ଥିରତା ବୃଦ୍ଧି ପାଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ,ପରିବହନ, ଆଇନ, ଅଦାଲତରେ ସଫଳତା ହାସଲ କରିବେ।
ମୀନ
ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ପ୍ରତ୍ୟେକ ଦିଗରେ ସଫଳତାର ଝଲକ ଦେଖିବାକୁ ମିଳିବ ନାହିଁ। ପୂର୍ବରୁ ଲାଗି ରହିଥିବା ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ। ଯେ କୌଣସି କ୍ଷେତ୍ରରେ ହେଉନା କାହିଁକି, ତଥାପି ଆପଣ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ବନ୍ଧୁମେଳରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି

Hey! Thhis iis mmy forst vizit too your blog! We aree a colection off volunteers and startig a nnew
proect iin a commjnity inn tthe samme niche. Youur bblog provided uus useful information tto work on. You hazve
one a extraordinary job!
my blo posst xnxx18.pro