କେନ୍ଦ୍ରାପଡା : ଦୁର୍ଗମ ଅଂଚଳରେ ଆମ୍ବୁଲାନ୍ସ ନଥିବାରୁ ଅନେକ ସମୟରେ ଲୋକଙ୍କ ଜୀବନ ଚାଲିଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ବୋଟ୍ ଆମ୍ବୁଲାନ୍ସ ସେବା । ଏହି ଆମ୍ବୁଲାନ୍ସରେ ଅକ୍ସିଜେନ, ସାଲାଇନ ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରହିବ । ଆଉ ରୋଗୀକୁ ପ୍ରାଥମିକ ସେବା ଯୋଗାଇଦିଆଯିବ । ଆମ୍ବୁଲାନ୍ସରେ ଜଣେ ଫାର୍ମାସିଷ୍ଟ, ଜଣେ ଆଟେଣ୍ଡାଂଟ ଓ ଦୁଇଜଣ କର୍ମଚାରୀ ରହିବେ । ବୋଟ ଆମ୍ବୁଲାନ୍ସ ସେବା ଦ୍ୱାରା ସ୍ଥାନୀୟ ଅଂଚଳରେ ପ୍ରାୟ ୨୦ ହଜାର ଲୋକ ଉପକୃତ ହୋଇପାରିବେ । କେନ୍ଦ୍ରାପଡାର ମହାକଳାପଡା ବତୀଘରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହି ଆମ୍ବୁଲାନ୍ସ ନଦୀରେ ଚାଲିବ । ନୂଆବର୍ଷରେ ଏହି ଅଂଚଳରେ ଡଙ୍ଗାବୁଡି ୧୧ଜଣ ପ୍ରାଣ ହରାଇଥିଲେ । ଠିକ ସମୟରେ ଆମ୍ବୁଲାନ୍ସ ପଂହଚିବା ବି ସମ୍ଭବ ହୋଇପାରିନଥିଲା ।
କେନ୍ଦ୍ରାପଡାର ମହାକାଳପଡାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ବୋଟ୍ ଆମ୍ବୁଲାନ୍ସ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- single_nmkn on ଗୁଜବ ଶୁଣନ୍ତୁନି, ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି : କୃଷିମନ୍ତ୍ରୀ
- 1win_uuSr on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- plinko_qbEn on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
- EdwardHox on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
- Pablohes on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
