ଭୁବନେଶ୍ୱର : କିଡ୍ନୀ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ରାଜୁଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ପ୍ରିୟଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିସହ ‘ସୁରଜ ଯୋଜନା’ରେ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଦିଗପହଣ୍ଡି ରାଣୀସାହିର ପ୍ରିୟଙ୍କା ଗତ ୨୬ ତାରିଖ ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ପରେ ପ୍ରିୟଙ୍କାଙ୍କ ସ୍ବାମୀ ଭି.ସମୀର ରାଜୁ ଓ ଶ୍ୱଶୁର ଭି. ଧର୍ମାରାଜୁ ପ୍ରିୟଙ୍କାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ନିର୍ଦ୍ଦେଶ ମିଳିବା ପରେ ପ୍ରିୟଙ୍କାଙ୍କ ଶରୀରରୁ ବିଧିବଦ୍ଧ ଭାବେ କିଡ୍ନୀ କଢ଼ାଯାଇଥିଲା। ପ୍ରଥମ ଥର ପାଇଁ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ବ୍ୟବସ୍ଥାରେ ପ୍ରିୟଙ୍କାଙ୍କ କିଡ୍ନୀ ଏସ୍ସିବିର ଜଣେ ରୋଗୀଙ୍କ ଶରୀରରେ ସଫଳ ପ୍ରତିରୋପଣ କରାଯାଇଥିଲା। ଅପରପକ୍ଷେ ପ୍ରିୟଙ୍କାଙ୍କ ଶିଶୁକନ୍ୟା(୫) ଏବେ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ଏହି ପ୍ରକ୍ରିୟା ମଙ୍ଗଳବାର ସକାଳେ ଶେଷ ହେବା ପରେ କିଡ୍ନୀଦାତାଙ୍କ ପରିବାରବର୍ଗ ଓ ଅସ୍ତ୍ରୋପଚାରରେ ସାମିଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ସେହିଭଳି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ସମସ୍ତଙ୍କୁ ପ୍ରଶଂସା କରିଥିଲେ।

Подробности на странице: https://stritstroy.ru