ଚୌଦ୍ବାର: ୬ ମାସ ପରେ ପୁଣି ଚୌଦ୍ବାର ଜେଲରେ ରାଜା ସାହାଣୀ । ୩ ନମ୍ବର ୱାର୍ଡର ୨ ନମ୍ବର ସେଲରେ ଅଛି ହାର୍ଡକୋର ଅପରାଧୀ । ରାଜାର ଗତିବିଧି ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି । ରାଜାକୁ ହାଇ ସିକ୍ୟୁରିଟି ସେଲ୍ ରେ ରଖାଯାଇଛି । ତିନି ଜଣ ସ୍ୱତନ୍ତ୍ର ଜେଲ ଅଧିକାରୀ ତାକୁ ୨୪ ଘଣ୍ଟିଆ ନଜର ରଖୁଛନ୍ତି । ଡବଲ ସିସିଟିଭି ସର୍ଭେଲାନ୍ସରେ ରହିଛି ରାଜା ଏକ ସ୍ୱତନ୍ତ୍ର ଟିମ୍ ସିସିଟିଭି ମନିଟର କରୁଛି । ତାକୁ ସ୍ବତନ୍ତ୍ର ରେଡ୍ କ୍ୟାପ୍ ଦିଆଯାଇଛି ।
ସେହିପରି ଜେଲ ମାନୁଆଲ ଅନୁଯାୟୀ ତାକୁ ସେହି ସେଲରେ ଖାଦ୍ୟ ଦିଆଯାଉଛି । ଗତକାଲି ରାତିରେ ରୁଟି ଡାଲମା ଓ ଆଜି ସକାଳେ ଉପମା ଖାଇଛି। ଅନ୍ୟପଟେ ଝାରପଡ଼ା ସ୍ଥିତ ଭୁବନେଶ୍ୱର ସ୍ୱତନ୍ତ୍ର ଜେଲରେ ରହିଛି ରାଜାର କ୍ରାଇମ୍ ପାର୍ଟନର ମଧୁକାନ୍ତ ରାଣା । ସ୍ୱତନ୍ତ୍ର ହାଇ ସିକ୍ୟୁରିଟି ସେଲରେ ରଖାଯାଇଛି । ତାକୁ ଅନ୍ୟ କଏଦୀଙ୍କ ଠାରୁ ଅଲଗା ରଖାଯାଇଛି । ସ୍ୱତନ୍ତ୍ର ଅଧିକାରୀ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।

Comment