ନୂଆଦିଲ୍ଲୀ,୨୯-୧୧: ବଳକା ଟଙ୍କାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି। ତେବେ ବଳକା ଅର୍ଥକୁ ଆର୍ବିଆଇ କେନ୍ଦ୍ର ସରକାରଙ୍କୁ ଦେବାକୁ ଚାହୁଁ ନାହିଁ, ଏହା ଗଭର୍ନର ଉର୍ଜିତ ପଟେଲଙ୍କ ସଂସଦୀୟ କମିଟିକୁ ଦେଇଥିବା ବିବୃତିରୁ ସ୍ପଷ୍ଟ ହୋଇଛି। ଆର୍ବିଆଇ ନିକଟରେ ଥିବା ବଳକା ଟଙ୍କା ଜରୁରୀ ପରିସ୍ଥିତି ପାଇଁ ରଖାଯାଇଛି ବୋଲି ଉର୍ଜିତ କହି ଆଉ ଏକ ବିବାଦ ମୁଣ୍ଡ ଟେକିବାର ବାଟ ଫିଟାଇଛନ୍ତି।
ଉଲ୍ଲେଖଥାଉ କି, କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ କେତେ ଟଙ୍କା ବଳକା ରଖାଯିବ ଏବଂ ଏହା କେନ୍ଦ୍ର ସରକାରଙ୍କୁ କେତେ ଅର୍ଥ ଦେବ ତାହା ସ୍ଥିର କରିବାକୁ ବିଶେଷଜ୍ଞ କମିଟି ଗଠନ ଲାଗି ନିଷ୍ପତ୍ତି ହୋଇଛି। ଉର୍ଜିତ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ନିକଟରେ ଯେଉଁ ବଳକା ଅର୍ଥ ରହିଛି, ତାକୁ ଅନ୍ତରାଷ୍ଟ୍ରୀୟ ଅସ୍ଥିରତାକୁ ଧ୍ୟାନରେ ରଖି ରଖାଯିବା ଜରୁରୀ। ଏହାଦ୍ୱାରା ସଙ୍କଟ ବେଳେ ଆର୍ବିଆଇ ଯଥାରୀତି ଋଣ ଦେଇପାରିବ। ମଙ୍ଗଳବାର ସଂସଦୀୟ କମିଟି ସମ୍ମୁଖରେ ହାଜର ହୋଇ ପଟେଲ ଏହା ପ୍ରକାଶ କରିଥିଲେ। ତାଙ୍କର ଏତାଦୃଶ ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି ଯେ, ବର୍ତ୍ତମାନ କେନ୍ଦ୍ର ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଟଙ୍କାଟିଏ ଦେବାକୁ ରାଜି ନୁହେଁ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ପୁଞ୍ଜି ଢ଼ାଞ୍ଚା ଓ ଲଘୁ ଏବଂ ମଧ୍ୟମ ଉଦ୍ୟୋଗକୁ ପୁଞ୍ଜି ଯୋଗାଣ ସହ ଏନ୍ବିଏଫ୍ସିଙ୍କ ପାଇଁ ନଗଦ ସଙ୍କଟ ଦୂର କରିବା ନେଇ କେନ୍ଦ୍ର ସରକାରଙ୍କ ସହ ଆର୍ବିଆଇ ମୁହଁାମୁହିଁ ହୋଇଛି। ତେବେ ପୁଞ୍ଜି ଢ଼ାଞ୍ଚାକୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଉଭୟ ପକ୍ଷ ବୋର୍ଡ ବୈଠକରେ ରାଜି ହୋଇଛନ୍ତି। ସେହିପରି ଏନ୍ବିଏଫସିଙ୍କ ପାଇଁ ବଜାରରୁ ୮ ହଜାର କୋଟି ଟଙ୍କାର ବଣ୍ଡ୍ କିଣିବାକୁ କେନ୍ଦ୍ରୀୟ ବ୍ୟାଙ୍କ ରାଜି ହୋଇଛି।

Cześć! Mamy ogromną przyjemność powitać Cię na oficjalnej, całkowicie legalnej witrynie Vavada Net PL Casino, stworzonej specjalnie z myślą o polskich graczach! Nasze kasyno znajduje się pod adresem Szwoleżerów 1, 00-467 Warszawa, Polska. Numer telefonu: +48505490512. Możesz je odwiedzać przez całą dobę, 7 dni w tygodniu, i bez żadnych problemów grać na złoty w takie klasyczne gry jak Tetri Mania czy Lucky 81 od 1 grosza!
A consistent content strategy should reflect the project’s needs, including the selection of suitable services such as best group buy seo tools. Find more information at https://groupbuyseotools.link.
A structured digital strategy benefits from appropriate research resources. Compare group buy seo tools at https://groupbuyseotools.link/.