କିଶୋରୀ ବାଳିକାମାନଙ୍କ ନିମନ୍ତେ ‘ନିର୍ଭୟା କଢୀ’ ଓ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କିଶୋରୀ ବାଳିକା ସମୃଦ୍ଧି କାର୍ଯ୍ୟକ୍ରମ ନିର୍ଭୟା କଢୀ ଓ ମୋ ଗେହ୍ଲା ଝିଅ ରେଶମ ନଗରୀ ବ୍ରହ୍ମପୁର ସହରରେ ଅବସ୍ଥିତ ମିଲିଟାରୀ ଲାଇନ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମିନୀ ସାହୁ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଣି ଶ୍ରୀମତୀ ରାଉଳ ସକ୍ଷୀ କେନ୍ଦ୍ର ଆଇନ୍ ସହାୟିକା ସ୍ନେହମୟୀ ପାଢ଼ୀ,ପୌର ନିଗମ ପ୍ରତିନିଧି ସୁରେନ୍ଦ୍ର ମହାରଣା ପ୍ରମୁଖ ଯୋଗ ଦେଇ କିଶୋରୀ ବାଳିକାମାନଙ୍କ ମାନସିକ, ଶାରୀରିକ ଓ ସାମାଜିକ ସୁରକ୍ଷା ବିଷୟରେ ଉପଦେଶ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଛି।

Share This Article