ଦୁବାଇ,୧୮।୯ (ପି.ଟି.)- ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ୧୪ତମ ସଂସ୍କରଣରେ ଭାରତ ମଙ୍ଗଳବାର ଅପେକ୍ଷାକୃତ ଦୁର୍ବଳ ହଂକଂ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ତେବେ ବୁଧବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ଖେଳିବାକୁ ଯାଉଥିବାରୁ ହଂକଂ ବିପକ୍ଷ ମ୍ୟାଚ୍ର ଗୁରୁତ୍ୱ ରହିଛି। ପାକିସ୍ତାନ ବିପକ୍ଷରେ ଖେଳିବା ପୂର୍ବରୁ ଭାରତ ପାଇଁ ଏହା ରିହରସାଲ ସଦୃଶ ହୋଇଛି। ତେଣୁ ଭାରତ ହଂକଂକୁ ଆଦୌ ହାଲକା ଭାବେ ନେବନାହିଁ। ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଓପନର ରୋହିତ ଶର୍ମା ଦଳର ନେତୃତ୍ୱ ନେବେ। ଦୁବାଇରେ ଏବେ ପ୍ରବଳ ଗରମ ହେଉଛି। ତାପମାତ୍ରା ପାଖାପାଖି ୪୩ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଭାରତୀୟ ଖେଳାଳିମାନଙ୍କୁ ସେଠାକାର ପରିବେଶ ମଧ୍ୟରେ ଖାପଖୁଆଇବା ପାଇଁ ଏହି ମ୍ୟାଚ୍ ସୁଯୋଗ ସୃଷ୍ଟି କରିବ। ପାକିସ୍ତାନ ସହିତ ଲଢେଇରେ ଅବତୀର୍ଣ୍ଣ ହେବା ପୂର୍ବରୁ ଏହି ମ୍ୟାଚ ଭାରତ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ହଂକଂ ତା’ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନଠାରୁ ୮ ଉଇକେଟରେ ପରାସ୍ତ ହୋଇଛି। ହଂକଂ ମାତ୍ର ୧୧୬ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍ରେ ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା।
ଏସିଆ କପ୍ କ୍ରିକେଟ: ଭାରତ- ହଂକଂ ମ୍ୟାଚ୍ ଆଜି
Leave a Comment
Leave a Comment
- Advertisement -
Stay Connected
Comment
- reglan injection on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- lasix pill on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- levitra on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- metoprolol tart on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
