ଭୁବନେଶ୍ୱର ; ଦେଶବ୍ୟାପୀ ୨ ଦିନିଆ ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ନେଇ ୨ ଦିନ ଭାରତ ବନ୍ଦ ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଥିବା ବିଭିନ୍ନ ଟ୍ରେଡ ୟୁନିଅନର ଆନ୍ଦୋଳନ ଆଜି ବି ଜାରି ରହିଛି । ଗତକାଲି ବନ୍ଦର ପ୍ରଥମ ଦିନରେ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସହ ଦୋକାନବଜାର ବନ୍ଦ ରହିଥିଲା। ଗାଡ଼ି ଚଳାଚଳ ସହିତ ଟ୍ରେନ୍ ଚଳାଚଳ ବି ବାଧାପ୍ରାପ୍ତ ହୋଇଥିଲା। ଆଜି ସକାଳୁ ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡ଼ିଛି।ଭୁବନେଶ୍ୱର ଷ୍ଟେସନରେ ରେଳ ଧାରଣା ଉପରେ ପିକେଟିଂ କରିବା ସହ ରେଳରୋକ କରିଥିଲେ ବିଭିନ୍ନ ଶ୍ରମିକ ସଂଗଠନ । ତେବେ କାଲି ଅପେକ୍ଷା ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ କମ୍ ରହିଛି । ତେବେ ରାସ୍ତାରେ ଛୋଟ ଛୋଟ ଗାଡି ଚଳାଚଳ କରୁଛି । କିନ୍ତୁ ବଡ ଗାଡି ଚଳାଚଳ କରୁନଥିବା ଦେଖିବାକୁ ମିଳିଛି । ସେପଟେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଳାପାଳ ।
ବନ୍ଦ ଯୋଗୁ କଟକ ବାଦାମବାଡ଼ିରେ ବସ୍ ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ରାଉରକେଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଷ୍ଟିଲ୍ ପ୍ଲାଣ୍ଟର ବିଭିନ୍ନ ଗେଟ୍ ସମ୍ମୁଖରେ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ପିକେଟିଂ କରୁଛନ୍ତି। ସହରରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଶ୍ରା ଛକରେ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। ଗତକାଲି ସହରର କିଛି ସ୍ଥାନରେ କାଁଭାଁ ଗଣ୍ଡୋଗଳ ହୋଇଥିଲା। ତେଣୁ ଆଜି ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।
ବାଲେଶ୍ୱର ଜିଲ୍ଲାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ତା’ସହିତ ଶିକ୍ଷାନୁଷ୍ଠାନଗୁଡ଼ିକ ବି ବନ୍ଦ ରହିଛି। ବାଲେଶ୍ୱର
ଷ୍ଟେସନରେ ପୁରୀ-ହାୱଡା ପାସେଞ୍ଜର ଓ ବାରିପଦା ଏକ୍ସପ୍ରେସ୍ ଅଟକି ରହିଛି। ସେହିପରି ବ୍ରହ୍ମପୁରରେ ପଲାସା-ଭୁବନେଶ୍ୱର ପାସେଞ୍ଜର ଅଟକି ରହିଛି।
ଆଜି ଦେଶବ୍ୟାପୀ ଭାରତ ବନ୍ଦର ଦ୍ୱିତୀୟ ଦିନ ; ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ !
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.