ଭୁବନେଶ୍ୱର, – କଳିଙ୍ଗ ଷ୍ଟାଡିୟମରେ ୧୮ ବର୍ଷରୁ କମ୍ ବାଳିକା ଏସିଆ ରଗ୍ବୀ ୭ଏସ୍ ଚାମ୍ପିୟନଶିପ୍ ଚଳିତମାସ ୨୬ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ବୁଧବାର ରଗ୍ବୀ ଇଣ୍ଡିଆ ପକ୍ଷରୁ ଘୋଷିତ ୧୨ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୫ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁମିତ୍ରା ନାୟକ, ସୋନି ମାଣ୍ଡାଙ୍ଗି, ଜେନାମଣି ନାଏକ, ଲିଜା ସର୍ଦ୍ଦାର ଓ ପାର୍ବତୀ କିସ୍କୁ। କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଏକମାସଧରି କ୍ୟାମ୍ପ ଅନୁଷ୍ଠିତ ହେବାପରେ ଦଳ ଚୟନ ହୋଇଥିଲା। ସନ୍ଧ୍ୟା ରାୟ ଅଧିନାୟିକା ଓ ଓଡ଼ିଆ ଝିଅ ସୁମିତ୍ରା ଉପଅଧିନାୟକା ମନୋନୀତ ହୋଇଛନ୍ତି।
ହକି ବିଶ୍ୱକପ ପୂର୍ବରୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ଏହି ରଗ୍ବୀ ଇଭେଣ୍ଟ ଆୟୋଜନ କରାଯାଉଛି। ଭାରତରେ ଏହା ହେବ ସର୍ବପ୍ରଥମ ଅନ୍ତର୍ଜାତୀୟ ବୟସବର୍ଗ ରଗ୍ବୀ ଟୁର୍ନାମେଣ୍ଟ। ପ୍ରତିଯୋଗିତାର ପ୍ରଥମ ଦୁଇ ସଂସ୍କରଣ ଦୁବାଇରେ ଅନୁଷ୍ଠିତ ହୋଇଥିଲା। ଏଥର ପ୍ରତିଯୋଗିତାରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିବେ। ବୁଧବାର ୬ଟି ବିଦେଶୀ ଦଳ ଚାଇନା, ୟୁଏଇ, ଲାଓସ, କାତାର, ହଂକଂ ଓ ଫିଲିପାଇନ୍ସ ଦଳ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ପହଞ୍ଚତ୍ବାପରେ ଟାଇଟଲ ଫେଭରାଇଟ ଚାଇନା, ୟୁଏଇ ଓ କାତାର ଟିମ୍ କଳିଙ୍ଗ ଷ୍ଟାଡିୟମ ଯାଇ ଅଭ୍ୟାସ କରିଛନ୍ତି।
ଭାରତୀୟ ଦଳ: ସନ୍ଧ୍ୟା ରାୟ, ରୁଶ୍ମିତା ଓରାଅନ, ଆଶା ଆରାଅନ, ସ୍ବିଟି କୁମାରୀ, ସୁମିତ୍ରା ନାୟକ, ସୋନି ମାଣ୍ଡାଙ୍ଗି, ଜେନାମଣି ନାଏକ, ଲିଜା ସର୍ଦ୍ଦାର, ପାର୍ବତୀ କିସ୍କୁ, ପ୍ରିୟା ଅନିଥା, ଋତୁଜା କିର୍ଦାତ।
୧୮ ବର୍ଷରୁ କମ୍ ବାଳିକା ଏସିଆ ରଗ୍ବୀ ୭ଏସ୍ ଚାମ୍ପିୟନଶିପ୍ ଭାରତୀୟ ଦଳରେ ୫ ଓଡ଼ିଆ
2 Comments
2 Comments

Нужна стальная лента? лента бандажная стальная широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
заказ свадьбы москва агентство по организации свадеб