ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କଲେ ଜିଲ୍ଲାପାଳ, ଜାଣନ୍ତୁ କେତେବେଳେ ହେବ ଖୋଲା

Odisha Hot News
1 Min Read

ଖୋର୍ଦ୍ଧା: ବର୍ତ୍ତମାନ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରୀ ରହିଛି। ସକାଳୁ ମଧ୍ୟ ବାହାରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ। ଗତକାଲି ଭୁବନେଶ୍ବରର ତାପମାତ୍ର ସର୍ବାଧିକ ଥିଲା। ଏହା 43 ଡିଗ୍ରୀ ଛୁଇଁଥିଲା। ଯାହା ପୁରା ଏସିଆ ମହାଦେଶର ଷଷ୍ଠତମ ଗରମ ସହର ଭାବେ ପରିଲକ୍ଷିତ ହୋଇଛି।

ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲର ସମୟ ପରିବର୍ତ୍ତନ କରିଛନ୍ତି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ,  “ଜିଲ୍ଲାର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ସାଢେ ୬ ରୁ ସାଢେ ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ ।ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।”

Share This Article