ଭୂବନେଶ୍ୱର: ନବୀନ ପୁଣି ରାଜ୍ୟରେ ନମ୍ବର ୱାନ । ଓଡ଼ିଆଙ୍କ ହୃଦୟ ରେ ଏବେ ବି ନବୀନ । ୨୦୧୯ ରେ ନିର୍ବାଚନ ହେଲେ ପୁଣି ବହୁମତ ପାଇବ ବିଜେଡି । ଇଣ୍ଡିଆ ଟୁଡେ ପଲିଟିକାଲ ଏକ୍ସଚେଞ୍ଜ ପକ୍ଷରୁ କରାଯାଇଥିବା ଏକ ଜନମତ ସର୍ଭେ ରୁ ଏଭଳି ରିପୋର୍ଟ ମିଳିଛି ଯେ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀତ୍ୱରେ ଥିବା ନବୀନ ପଟ୍ଟନାୟକ ବର୍ତ୍ତମାନ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି । ଜାନୁଆରି ମାସରେ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ପ୍ରାୟ ୫୨ ପ୍ରତିଶତ ଅଂଶଗ୍ରହଣକାରୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ୨୦୧୮ ମସିହା ଠାରୁ ତାଙ୍କର ଲୋକପ୍ରିୟତା ଏବେ ଆହୁରି ବଢିଥିବା କୁହାଯାଉଛି । ତେବେ ନିର୍ବାଚନ ବେଳକୁ ଏହି ପ୍ରତିଶତ ଆହୁରି ବଢିଥିବ ବୋଲି ଆକଳନ କରାଯାଉଛି । ଇଣ୍ଡିଆ ଟୁଡେ ପଲିଟିକାଲ ଏକ୍ସଚେଞ୍ଜ ତଥ୍ୟ ଅନୁସାରେ ପସନ୍ଦର ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କ ତଳକୁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ୨୬ ପ୍ରତିଶତ ଅଂଶଗ୍ରହଣକାରୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ଏହି ତାଲିକାରେ ଧର୍ମେନ୍ଦ୍ରଙ୍କ ତଳକୁ ରହିଛନ୍ତି ପିସିସି ମୁଖ୍ୟ ନିରଂଜନ ପଟ୍ଟନାୟକ। ସର୍ଭେରେ ଅଂଶଗ୍ରହଣ କରିଥିବା ୮ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି । ଏ ସବୁକୁ ଦେଖିଲେ ଓ ସର୍ଭେ ରିପୋର୍ଟ କୁ ଗ୍ରହଣୀୟ ଭାବେ ନେଲେ ଆଗାମୀ ନିର୍ବାଚନ ରେ ବିଜୁ ଜନତା ଦଳ ପୁଣିଥରେ ବାଜିମାତ କରିବା ନେଇ ଆଶା କରାଯାଉଛି ।
ଇଣ୍ଡିଆ ଟୁଡେ ପଲିଟିକାଲ ଏକ୍ସଚେଞ୍ଜ ସର୍ଭେ ରିପୋର୍ଟ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- shkola onlain_xaml on ପ୍ରଶାସନିକସ୍ତରରେ ଅଦଳବଦଳ
- shkola onlain_eoml on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
- Dwightorgar on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- LeoNet on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- AlbertEquat on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
